www.samajalive.in
Friday, December 12, 2025
19.1 C
Bhubaneswar

କଳାକାରଙ୍କ ବିଭିନ୍ନ ସମସ୍ୟାକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛାଙ୍କ ନେତୃତ୍ବରେ ସ୍ଥାନୀୟ ସମସ୍ତ ଲୋକକଳା କଳାକାର ଏକତ୍ର ହୋଇ ଶିବ ମନ୍ଦିରରେ ଦୀପ ପ୍ରଜ୍ବଳନ କରି ସାଂସ୍କୃତିକ ପଦଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି। ଯାହା କଳାକାରଙ୍କ ଦ୍ବାରା ପୂଜନ ବନ୍ଦନା ଓ ପୁଷ୍ପାଞ୍ଜଳି କରିବା ପରେ ବରିଷ୍ଠ କିରାଣୀ ବିଶ୍ବନାଥ ଗମାଙ୍ଗ, ବିଏସଏସ ଓ ତଥା କଳା ସଂସ୍କୃତି ସଂଘ ସମ୍ପାଦକ ବିଶ୍ୱଜିତ ସିଂ ଓ ବ୍ଲକ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ଦାବୀପତ୍ରକୁ ଗ୍ରହଣ କରିଥଲେ। ଏହି ଦାବିପତ୍ରରେ ଦଶଟି ମୁଖ୍ୟ ବିଷୟବସ୍ତୁ ମଧ୍ୟରୁ କଳାକାରଙ୍କୁ ଅଭ୍ୟାସ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ପ୍ରତି ପଞ୍ଚାୟତ ଓ ବ୍ଲକରେ କଳାକାର ଭବନ ନିର୍ମାଣ କରିବା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅନ୍ତର୍ଗତ ଚୟନ ପ୍ରକ୍ରିୟା ଯଥା ଶୀଘ୍ର କରିବା , ସରକାରୀ ସ୍ତରରେ ହେଉଥିବା ବିଭିନ୍ନ ଜନ କଲ୍ୟାଣ ସମ୍ପର୍କିତ ଉତ୍ସବରେ କଳାକାରଙ୍କୁ କଳା ପରିବେଷଣ କରିବା ସହ ପାରିଶ୍ରମିକ ପ୍ରଦାନ କରିବା, ବିଭିନ୍ନ ବିଭାଗ ସମ୍ପର୍କିତ ଜନ ହିତକର ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ପାଇଁ ପ୍ରଚାର ରଥ ପରିବର୍ତ୍ତେ ସ୍ଥାନୀୟ କଳାକାରଙ୍କୁ ସୁଯୋଗ ଦେବା, କଳାକାରଙ୍କୁ ପୋଷାକ ଓ ବାଦ୍ୟଯନ୍ତ୍ର ପ୍ରଦାନ କରିବା, କଳାକାରଙ୍କ ପାଇଁ ପ୍ରଶିକ୍ଷଣ ଶିବିର ବ୍ୟବସ୍ଥା କରିବା, ବ୍ଲକ କଳା ସଂସ୍କୃତି ସଂଘକୁ ଅଧିକ ସକ୍ରିୟ ଓ ତ୍ୱରାନ୍ୱିତ କରିବା, ସୁପ୍ତ ଓ ଲୁକାୟତ ଲୋକକଳା କଳାକାର ଙ୍କୁ ଲୋକଲୋଚନ କରିବା ପାଇଁ ଅଧିକ ପ୍ରସ୍ଚାହନ କରିବା, ଆଦିବାସୀ ଓ ଡ଼ଙ୍ଗରିଆ କନ୍ଧ କଳା ସଂସ୍କୃତି, ପରମ୍ପରା ଓ ଆଞ୍ଚଳିକ ଐତିହ୍ୟକୁ ବଞ୍ଚେଇ ରଖିବା ପାଇଁ ସଂଗ୍ରହାଳୟ ନିର୍ମାଣ କରିବା, ମାସିକ ସମୀକ୍ଷା ବୈଠକ ବ୍ଲକ ସ୍ତରରେ ଓ ତିନି ମାସକୁ ଥରେ ଜିଲ୍ଲା ସ୍ତରରେ ବୈଠକ କରିବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ ରହିଥିଲା। ଏହି ଦାବିପତ୍ର ଦେବା ସମୟରେ ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା କଳାକାର ସୁରେଶ ବିଡ଼ିକା, ଗଙ୍ଗାରାଓ ପ୍ରାସ୍କା, ଡିଉ କାଡ୍ରାକା, ସୁଭଦ୍ରା କାଡ୍ରାକା, ଦାଶରିଆ କାଡ୍ରାକା, କୀର୍ତ୍ତି କାଡ୍ରାକା, ପୁଷ୍ପା ହାତୀ ଓ ଶତାଧିକ ସ୍ଥାନୀୟ କଳାକାର ଉପସ୍ଥିତ ରହିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories