www.samajalive.in
Sunday, December 14, 2025
26.1 C
Bhubaneswar

ବାଲିଗାଁରେ ପାଳନ ହେବ ରାଜ୍ୟସ୍ତରୀୟ ଉତ୍ସବ

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଚଳିତ କାର୍ତ୍ତିକ ଶୁକ୍ଳ ଏକାଦଶୀ ୨୩ ତାରିଖ ଗୁରୁବାର ଦିନ ଭକ୍ତଙ୍କ ବାଲିଗାଁ ସ୍ଥିତ ଜନ୍ମ ଓ ସାଧନା ପୀଠରେ ପାଳନ କରାଯିବାକୁ ଭକ୍ତ ଦାସିଆ ସ୍ମୃତି କମିଟିର କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଭକ୍ତ ଦାସିଆ ସ୍ମୃତି କମିଟିର ସଭାପତି ଡଃ ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ବାଲିଗାଁ ଠାରେ ଏଥିପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୂବନେଶ୍ୱର ଡୁମୁଡୁମା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ସହଯୋଗରେ ସ୍ମୃତି କମିଟି ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୀତିନାଟ୍ୟ ‘ଭକ୍ତ ଦାସିଆ’ ମଞ୍ଚସ୍ଥ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଗୀତିନାଟ୍ୟକୁ ରାଜ୍ୟର ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ପରିବେଷଣ କରିବା ନିମନ୍ତେ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ତଥା ଏମ୍ସର ପ୍ରାକ୍ତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହପାତ୍ର ପରାମର୍ଶ ଦେଇଥିଲେ। ଜୟନ୍ତୀ ଉତ୍ସବର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ କିଟ୍ +୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର ସୂଚନା ପ୍ରଦାନ କରିବା ଅବସରରେ ଉକ୍ତ ଦିନ ଭକ୍ତଙ୍କ ସମାଧି ପୀଠରେ ଗୀତା, ଭାଗବତ ପାଠ, ପୀଠ ପରିସରସ୍ଥ ସମସ୍ତ ଅଧିଷ୍ଠିତ ଦେବାଦେବୀଙ୍କ ସ୍ୱତନ୍ତ୍ର ପୂଜା ନୀତି ସହିତ ଦାସିଆଙ୍କ ପ୍ରସିଦ୍ଧ ଜାଉ ଓ ଶାଗ ପ୍ରସାଦକୁ ଭକ୍ତଙ୍କ ମଧ୍ୟରେ ବିତରଣ କରାଯିବା, ପୀଠରେ ଅଖଣ୍ଡ ନାମ ସଂକୀର୍ତ୍ତନ ପରିବେଷଣ ଓ ସ୍ମୃତିଚାରଣ ସଭାର ଆୟୋଜନ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ। ଦାସିଆଙ୍କ ପୀଠରେ ନିର୍ମିତ ପାନୀୟ ଜଳ ଯୋଗାଣ ଓ ପଦପ୍ରକ୍ଷାଳନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବାରୁ ସାଧାରଣ ସଂପାଦକ ଡଃ ଘନଶ୍ୟାମ ସ୍ୱାଇଁ ବିଭାଗୀୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ଜନ୍ମ ଦିବସରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେବାକୁ ନିବେଦନ କରିଥିଲେ।

ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅର୍ଜ୍ଜୁନ ଚରଣ ସାମଲ, ସାଂସ୍କୃତିକ ସଂପାଦକ ସରୋଜ କୁମାର ସାହୁ, ଇଂ ବସନ୍ତ କୁମାର ମିଶ୍ର, ପ୍ରତାପ ଚନ୍ଦ୍ର ସିଂ, ମନୋରଞ୍ଜନ ମହାନ୍ତି, ଅଜୟ କେତନ ମହାନ୍ତି, ଡୁମୁଡୁମା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ପରିଷଦର ସଦସ୍ୟ କବିରାଜ ମହାନ୍ତି, ଗଦାଧର ପାତ୍ର, ଉତ୍କଳ ସାହିତ୍ୟ ସଂସଦର ଉପସଭାପତି ବେଣୁଧର ପାତ୍ର, ଡଃ ପ୍ରସନ୍ନ କୁମାର ସାମନ୍ତ, କୁମାର ଚନ୍ଦ୍ର ସେଠୀ, ଶିଶୁ ଦରବାର ସଂପାଦକ ଡଃ ଶରତ ଚଉଁରୀ, ଆଞ୍ଚଳିକ କମିଟି ସଦସ୍ୟ ଚିିତ୍ତରଞ୍ଜନ ସେନାପତି, ସ୍ୱୟଂ ପ୍ରକାଶ ପରିଡ଼ା, ଜୟକୃଷ୍ଣ ରାଉତ, ଲକ୍ଷ୍ମୀଧର ଲେଙ୍କା, ଗିରିଧାରୀ ପଲାଇ, କୃଷ୍ଣଚନ୍ଦ୍ର ଲେଙ୍କା ପ୍ରମୁଖ ଏହି ବୈଠକରେ ଯୋଗଦେଇ ନିଜ ନିଜର ମତ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରଦୀପ ମହାରଥୀ ସ୍ମୃତି ସଂସଦ ଆନୁକୂଲ୍ୟରେ ଡେଲାଙ୍ଗ ଓ ପିପିଲି ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭକ୍ତ ଦାସିଆ ସ୍ମୃତି କମିଟି ଓ ଭୁବନେଶ୍ୱର ରୋଟାରୀ କ୍ଲବ (ନର୍ଥ)ର ସହଯୋଗରେ ନିଃଶୁକ୍ଳ ହୋମିଓପ୍ୟାଥିକ ଚିକିତ୍ସା ସହ ରୋଗୀଙ୍କୁ ଔଷଧ ବଣ୍ଟନ କରାଯାଇଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories