www.samajalive.in
Sunday, December 7, 2025
23.1 C
Bhubaneswar

ପିତୃ ହତ୍ୟାର ପ୍ରତିଶୋଧ ପାଇଁ ୬ ଲକ୍ଷ ଟଙ୍କା ସୁପାରୀ

କାମାକ୍ଷାନଗର: ଖଣି ବ୍ୟବସାୟୀ ନିରଞ୍ଜନ ସାହୁ ହତ୍ୟା ଘଟଣାର ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର ପର୍ଦ୍ଦାଫାଶ କରିଛନ୍ତି। ନିରଞ୍ଜନଙ୍କୁ ହତ୍ୟା ପାଇଁ ୬ ଲକ୍ଷ ଟଙ୍କାର ଡିଲ ହୋଇଥିଲା ଏବଂ ଦୀପକ ମାହୁନ୍ତ ହତ୍ୟାର ପ୍ରତିଶୋଧ ପାଇଁ ହତ୍ୟାକାଣ୍ଡ ଘଟିଥିଲା। ପୂର୍ବରୁ ଦୀପକଙ୍କ ପୁଅ ଦିବ୍ୟ ଦର୍ଶନ ଗିରଫ ହୋଇଥିଲା ଏବଂ ଏବେ ସୁପାରୀ କିଲରଙ୍କୁ ଗିରଫ କରାଯାଇଛି ଏବଂ ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି ବୋଲି ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି।

ବହୁ ଚର୍ଚ୍ଚିତ ଖଣି ବ୍ୟବସାୟି ନିରାକାର ସାହୁ ହତ୍ୟା ଘଟଣାରେ ସୁପାରୀ କିଲର ରାକେଶ ନାଥ ଓ ତାର ଜଣେ ସହଯୋଗିକୁ ମୟୁରଭଞ୍ଜରୁ କାମାକ୍ଷାନଗର ପୁଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଦିବ୍ୟ ଦର୍ଶନ ମାହୁନ୍ତ ପୂର୍ବରୁ ଗିରଫ ହୋଇସାରିଛି। ଗତ ସେପ୍ଟେମ୍ବର ମାସ ୨୭ ତାରିଖ ବିଳମ୍ବିତ ରାତିରେ ନିରାକାର ସାହୁଙ୍କୁ ଆଳତୁମା ମାଳବନ୍ଧ ନିକଟରେ ଗୁଳିମାଡ କରି ହତ୍ୟା କରାଯାଇଥିଲା।

- Advertisement -

ସୂଚନା ମୂତାବକ ଦିବ୍ୟଦର୍ଶନର ବାପା ଦୀପକ ମାହୁନ୍ତକୁ ମୃତ ନିରାକାର ତାର ସହଯୋଗିମାନେ ମିଶି କିଛି ବର୍ଷ ପୂର୍ବେ ଗୁଳିମାଡ କରି ହତ୍ୟା କରିଥିଲେ। ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଅ ଦିବ୍ୟଦର୍ଶନ ରାକେଶ ନାଥ ସହିତ ୬ଲକ୍ଷ ଟଙ୍କାର ଡିଲ ହୋଇଥିବା ବେଳେ ୧ଲକ୍ଷ ଟଙ୍କା ଦେଇଥିବା ପୁଲିସ ଆଗରେ ପ୍ରକାଶ କରିଥିଲା।
ନିରାକାରକୁ ହତ୍ୟା କରିବା ପରେ ସମସ୍ତ ଦୂର୍ବୁତ୍ତ ନିରାକାରର ଏକ କାରକୁ ମଧ୍ୟ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।କିଛି ଦିନ ପରେ ପୋଲିସ କାରଟିକୁ ଜବତ କରିଥିଲା। ଦିପକ ମାହୁନ୍ତ ହତ୍ୟାକାଣ୍ଡରେ ନିରାକାର ମୁଖ୍ୟ ଅଭିଯୁକ୍ତ ଥିଲେ। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଧରାଯିବା ନେଇ ଏସପିଙ୍କ ସୂଚନା ଦେଇଛନ୍ତି। ସାମ୍ବାଦିକ ସମିଳନିରେ ଉପଖଣ୍ଡ ପୁଲିସ ଅଧିକାରୀ ପ୍ରଭାତ ତ୍ରିପାଠି, ଥାନା ଅଧିକାରି ଶରତ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories