www.samajalive.in
Saturday, December 6, 2025
23.1 C
Bhubaneswar

ବିବାହ ବିଚ୍ଛେଦ ଜିଦରେ ଅଟଳ ତେଜପ୍ରତାପ: ମାମଲା ଫେରାଇ ନେବାକୁ କଲେ ଅସ୍ବୀକାର

ପାଟନା: ରାଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପଙ୍କ ପାରିବାରିକ କଳହ ଏବେ କୋର୍ଟରେ ପହଞ୍ଚିଛି। ପରିବାରବର୍ଗଙ୍କ ପକ୍ଷରୁ ତେଜପ୍ରତାପ ଓ ଐଶର୍ଯ୍ୟାଙ୍କ ବିବାହ ବିଚ୍ଛେଦକୁ ଫେରାଇ ନେବାକୁ ଚେଷ୍ଟା ବିଫଳ ହୋଇଛି।
ଗୁରୁବାର ଅପରାହ୍ଣ ୨ଟାରେ ତେଜପ୍ରତାପଙ୍କ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ତେଜ ପ୍ରତାପ ମଧ୍ୟ ଗୁରୁବାର ଶୁଣାଣି ପରିପ୍ରେକ୍ଷୀରେ ବୁଧବାର ପାଟନା ପହଞ୍ଚି ଥିଲେ। ନିଜ ଘରଠାରୁ ସାମାନ୍ୟ ଦୂରରେ ଥିବା ଏକ ହୋଟେଲରେ ରାତିରେ ରହିଥିଲେ। ତେଜ ପ୍ରତାପଙ୍କ ସହ ଦିଲ୍ଲୀ ଉଚ୍ଚ ନ୍ୟୟାଳୟର ଖ୍ୟାତନାମା ଆଇନଜୀବୀ ଅମୀତ ଖେମକା ମଧ୍ୟ ପାଟନା ଆସିଥିଲେ। ତେଜପ୍ରତାପ ଓ ଐଶର୍ଯ୍ୟା ଏବେ ଅପରିପକ୍ୱ। ତେଣୁ ଉଭୟଙ୍କ ପରିବାରିକ ଘଟଣାକୁ ନେଇ ରାଜନୀତି କରିବା ଉଚିତ ନୁହେଁ। ଉଭୟଙ୍କ ସହ ଆଲୋଚନା କରି ଉଚିତ ନିଷ୍ପତ୍ତି ନିଆଯିବ।
ଅପରପକ୍ଷରେ ଲାଲୁଙ୍କ ପରିବାରବର୍ଗ ତେଜପ୍ରତାପ ଓ ଐଶର୍ଯ୍ୟାଙ୍କ ବିବାହ ବିଚ୍ଛେଦକୁ ପସନ୍ଦ କରୁନାହାନ୍ତି। ଉଭୟଙ୍କ ମଧ୍ୟରେ ଆପୋସ ମୀମାଂସାକୁ ନେଇ ପରିବାରବର୍ଗ ଆଶାବାଦୀ ଅଛନ୍ତି।
ତେଜପ୍ରତାପ ବିବାହ ବିଚ୍ଛେଦ ଆବେଦନ ପାରିବାରିକ କୋର୍ଟରେ ଦାଖଲ କରିବା ପରେ ପିତା ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିବାକୁ ରାଞ୍ଚି ଯାଇଥିଲେ। ପିତାଙ୍କ ସହ ଆଲୋଚନା ପରେ ପାଟନା ଫେରିବା ପରିବର୍ତ୍ତେ ମଥୁରା ବୃନ୍ଦାବନକୁ ଚାଲି ଯାଇଥିଲେ। ସେଠାରେ କେତେ ଦିନ ତେଜପ୍ରତାପ ରହିବେ ଏ ସମ୍ପର୍କରେ କାହା ପାଖରେ କୌଣସି ସୂଚନା ନଥିଲା।
ଅପରାହ୍ଣ ୨ଟାରେ ତେଜପ୍ରତାପଙ୍କୁ ଡାକରା ହୋଇଥିଲା। ତେଜପ୍ରତାପଙ୍କ ଓକିଲ ମାମଲାର ଶୁଣାଣି ରୁଦ୍ଧ ଦ୍ୱାରରେ କରିବାକୁ ଗୁହାରି କରିଥିଲେ। କୋର୍ଟ ଉକ୍ତ ଗୁହାରିକୁ ଗ୍ରହଣ କରି ରୁଦ୍ଧ ଦ୍ୱାରରେ ମାମଲାର ଶୁଣାଣି କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories