www.samajalive.in
Friday, December 5, 2025
26.1 C
Bhubaneswar

ସର୍ବୋଚ୍ଚ ନ୍ୟାୟାଳୟରେ ହାଜର ହେଲା ମୃତ ଘୋଷିତ ବାଳକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜଣେ ମୃତ ଘୋଷିତ ବାଳକ ସର୍ବୋଚ୍ଚ ନ୍ୟାୟାଳୟରେ ହାଜର ହୋଇ ନିଜେ ଜୀବିତ ଓ ସୁସ୍ଥ ଅଛି ବୋଲି କହିଛି। ଶନିବାର ପିଲ୍‌ଭିଟ୍‌ର ଏହି ବାଳକ ଅଭୟ ସିଂହ ତା’ର ହତ୍ୟା ସମ୍ପର୍କିତ ମାମଲାର ବିଚାର ସମୟରେ ବାଳକ ହାଜର ହୋଇ ନିଜେ ବଞ୍ଚିଥିବା ଦର୍ଶାଇଛି। ଅଭୟ ଶନିବାର ସର୍ବୋଚ୍ଚ ନ୍ୟାୟାଳୟରେ ସଶରୀର ହାଜର ପରେ ସେ ଜୀବିତ ଥିବା ଅଦାଲତଙ୍କ ହୃଦୟଙ୍ଗମ ହୋଇଛି। ଅଭୟ ଓ ତା’ର ଅଜାଙ୍କ ବିରୋଧରେ ପରବର୍ତ୍ତା ଆଦେଶ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ, ୧୧ ବର୍ଷୀୟ ଅଭୟକୁ ତା’ର ଅଜା ହତ୍ୟା କରିଥିବା ବାପା ଅଭିଯୋଗ କରିଥିଲେ। ଅଭୟ ବଞ୍ଚିଥିବା ପ୍ରମାଣ କରିବା ଓ ତା’ର ହତ୍ୟା ମାମଲା ବନ୍ଦ କରିବାକୁ ବହୁ ଉଦ୍ୟମ କରି ମଧ୍ୟ ବିଫଳ ରହିଥିଲା। ଏମିତିକି ସେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟରୁ ମଧ୍ୟ ନ୍ୟାୟ ପାଇନଥିଲା। ତା’ର ଆବେଦନ ସେଠାରେ ଖାରଜ ହୋଇଯିବା ପରେ ଅଭୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲା। ସେ ଅଜାଙ୍କ ସହିତ ରହିବାକୁ ଚାହୁଁଥିବା ଅଦାଲତକୁ ଜଣାଇଛି। ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କଠାରୁ ରିପୋର୍ଟ ତଳବ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଭୟର ମା’ଙ୍କୁ ବାପା ଯୌତୁକ ନିର୍ଯାତନା ଦେଉଥିଲେ। ସେଥିପାଇଁ ମା’ ନିଜ ଘରେ ୨୦୧୩ରୁ ରହୁଥିଲେ। ଅଜାଙ୍କୁ ଦୋଷୀ ଦର୍ଶାଇବା ପାଇଁ ଅଭୟର ବାପା ମିଛ ହତ୍ୟା ଅଭିଯୋଗ ଆଣିଥିଲେ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories