କାମାକ୍ଷାନଗର: କାମାକ୍ଷାନଗର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରାଧ୍ୟାପକଙ୍କ ବଦଳି ବାତିଲ ସକାଶେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କରିଥିବାର ଜଣାଯାଇଛି। ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ମଦନ ମୋହନ ବରାଳ ନିୟମିତ ଭାବେ ଶିକ୍ଷାଦାନ କରୁଥିବା ବେଳେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥାନ୍ତି। ଫଳରେ ଶ୍ରୀ ବରାଳ ଛାତ୍ର ଛାତ୍ରୀଙ୍କର ପ୍ରିୟଭାଜନ ହୋଇଥିଲେ। ଆଗକୁ ପରୀକ୍ଷା ରହିଥିବା ବେଳେ ଏହି ସମୟରେ ଶ୍ରୀ ବରାଳଙ୍କର ବଦଳି ହୋଇଥିବାରୁ ତାଙ୍କର ବଦଳି ବାତିଲ କରିବା ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।
Popular Categories



