www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ବକପରେ ଆଫଗାନିସ୍ତାନର ମୁକାବିଲା ଶେଷ, ୫ ୱିକେଟରେ ଦକ୍ଷିଣ ଆଫ୍ରିକା ବିଜୟୀ

ଅହମଦାବାଦ: ବିଶ୍ବକପରେ ଆଫଗାନିସ୍ତାନର ମୁକାବିଲା ଶେଷ ହୋଇଛି। ଆଜି ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା। ଆଫଗାନିସ୍ତାନ ରଖିଥିବା ୨୪୫ ରନ ଟାର୍ଗେଟକୁ ୪୭.୩ ଓଭରରେ ୫ ୱିକେଟ ହରାଇ ୨୪୭ ରନ ସ୍କୋର ସହ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି। ତେବେ ଚଳିତ ବିଶ୍ବକପରେ ଆଫଗାନିସ୍ତାନ ଖେଳାଳୀ ଚମକପ୍ରଦ ପ୍ରଦର୍ଶନ ସବୁ ମହଲରେ ପ୍ରଶଂସିତ ହୋଇଛି।

ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ବକପର ୪୨ତମ ମ୍ୟାଚରେ ଆଫଗାନିସ୍ତାନକୁ ୫ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୨୪୫ ରନ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୪୭.୩ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା। ରାସି ଭାନ ଡେର୍ ଦୁସେନ ଅପରାଜିତ ୭୬ ରନ କରିଥିବାବେଳେ କ୍ବିଣ୍ଟନ ଡିକକ୍ ୪୧ ରନ ଓ ଅଣ୍ଡିଲେ ଫେଲୁକାୟୋ ୩୯ ରନ ସ୍କୋର ସହ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

- Advertisement -

ଆଜି ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ୪୧ ରନ ସ୍କୋର କରିଥିବାବେଳେ ପ୍ରଥମ ୱିକେଟର ପତନ ହୋଇଥିଲା। ଏହାପରେ ସ୍କୋର ୪୫ ରନରେ ପହଞ୍ଚିବାବେଳକୁ ଦଳ ୩ଟି ୱିକେଟ ହରାଇଲା। ସ୍କୋର ୧୧୬ ଥିବାବେଳେ ଦଳ ୬ଟି ୱିକେଟ ହରାଇଥିବା ଆଫଗାନିସ୍ତାନଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜମାତୁଲ୍ଲା ଓମରଜାଇ ଦମଦାର ପ୍ରଦର୍ଶନ ସହ ଅପରାଜିତ ୯୭ ରନ କରିଥିଲେ। ନୁର ଅହମ୍ମଦ ଓ ରହମତ ଶାହ ୨୬ ରନ ଲେଖାଏଁ କରିଥିଲେ । ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଗେରାଲ୍ଡ କୋଟଜି ୪ଟି ୱିକେଟ, ଲୁଙ୍ଗି ଏନଗିଡି ଓ କେଶବ ମହାରାଜ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories