www.samajalive.in
Sunday, December 14, 2025
16.1 C
Bhubaneswar

କୋଟାଗାଁ ଧାନ ମଣ୍ଡିରେ ଚାଷୀଙ୍କ ବୈଠକ, ମଣ୍ଡି ପରିଚାଳନା ପାଇଁ ଗଠିତ ହେଲା ଚାଷୀ କମିଟି

କଲମପୁର : ଗୁରୁବାର କଲମପୁର ବ୍ଲକ ଅଧିନସ୍ଥ କୋଟାଗାଁ ଧାନ ମଣ୍ଡି ଠାରେ ଚାଷୀଙ୍କ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେଇଯାଇଛି। ଏଥିରେ କୋଟାଗାଁ ଧାନ ମଣ୍ଡିରେ ଧାନ ବିକ୍ରୟ କରୁଥିବା ଖଣ୍ଡିଡଙ୍ଗରୀଗୁଡା, ବଲାଗାଁ ଏବଂ କୋଟାଗାଁର ଶତାଧିକ ଚାଷୀ ଉପସ୍ଥିତ ରହି ମଣ୍ଡିର ସୁପରି·ଳନା ନେଇ ଆଲୋଚନା କରିଥିଲେ। ବିଶେଷ କରି ଚଳିତ ବର୍ଷ ଏହି ଧାନ ମଣ୍ଡିରୁ ମହିଳା ଗୋଷ୍ଠୀଙ୍କ ପ୍ରତିବଦଳରେ ମଣ୍ଡଳ ପ୍ରାଥମକି କୃଷି ସମବାୟ ସମିତି ମାଧ୍ୟମରେ ଧାନ ବିକ୍ରୟ କରାଯିବା ନେଇ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଏ ମଣ୍ଡି ସୁପରିଚାଳନା ନେଇ ଏକ ଚାଷୀ କମିଟି ଗଠନ ନେଇ ଆଲୋଚନା କରାଯାଇଥିଲା। ସର୍ବ ସମ୍ମତିକ୍ରମେ ଚାଷୀ ଭଗବାନ ବିହାରୀଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ରଘୁନାଥ ମାଝୀଙ୍କୁ ସମ୍ପାଦକ ଏବଂ ଅନାମ ମାଝୀଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନିତ କରାଯାଇଥିଲା। ଏହାସହ ଏହି ଚାଷୀ କମିଟିର ଉପଦେଷ୍ଟା ମଣ୍ଡଳିର ସଦସ୍ୟ ଭାବେ ପ୍ରହଲ୍ଲାଦ ବେହେରା, ଗୋପାଳ ଚନ୍ଦ୍ର ବାଗ, ସୁଧିର କୁମାର ପଣ୍ଡା, ଶ୍ୟାମ ବେହେରା, ଏନ.ଶୁରେସ, ଟଙ୍କ ଛତ୍ରିଆ, କୋଟାଗାଁ ସରପଞ୍ଚ ଚନ୍ଦନ କୁମାର ପଣ୍ଡା, ଖଗେଶ୍ୱର ନାଏକ, ବିଭିଷଣ ପାଲ ଏବଂ ସନ୍ତୋଷ ବେହେରାଙ୍କୁ ମନୋନୀତ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ହେବ କୋଟାଗାଁ ଧାନ ମଣ୍ଡିର ପରି·ଳନା ଦାଇତ୍ୱ ମାଁ ମଙ୍ଗଳା ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ସମ୍ପାଦିତ କରି ଆସୁଥିଲେ। କିନ୍ତୁ ଅନେକ ସମୟରେ ମହିଳା ଗୋଷ୍ଠୀ ମଣ୍ଡି ପରିଚାଳନାରେ ଅନିୟମିତତା କରୁଥିବା ନେଇ ଚାଷୀଙ୍କ ପକ୍ଷରୁ ଅଭିଯୋଗ ହେଉଥିଲା। ଏହାସହ ଗତ ଜୁଲାଇ ମାସରେ ମହିଳା ଗୋଷ୍ଠୀଙ୍କ ପ୍ରତିବଦଳରେ ମଣ୍ଡଳ ପ୍ରାଥମିକ କୃଷି ସମବାୟ ସମିତି ମଧ୍ୟମରେ ଧାନ କ୍ରୟ କରିବା ଦାବି ନେଇ ଚାଷୀ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନର ଗୁରୁତ୍ୱ ଦୃଷ୍ଟିରୁ ଜିଲା ପ୍ରଶାସନ ସମ୍ପୃକ୍ତ ମହିଳା ଗୋଷ୍ଠୀଙ୍କୁ କଳା ତାଲିକା ଭୁକ୍ତ କରି ମଣ୍ଡଳ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ କରାଯିବା ନେଇ ନିର୍ଦେଶ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories