www.samajalive.in
Saturday, December 13, 2025
21.1 C
Bhubaneswar

ଠିକାଦାର ସନ୍ତୁଷ୍ଟି ପାଇଁ ପ୍ରକଳ୍ପ ନିର୍ମାଣ; ମେଗା ଜଳସେଚନ ପ୍ରକଳ୍ପରୁ ଚାଷୀଙ୍କୁ ମିଳୁନି ପାଣି

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତର ତିରଡଠାରେ ଚାଷଜମିରେ ଜଳସେଚନ ସୁବିଧା ଲକ୍ଷ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଚାଷଜମିରେ ଜଳସେଚନ ସୁବିଧା ପାଇଁ ପ୍ରତ୍ୟେକ ଗାଁରେ ପାଇପ୍‌‌ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ମାତ୍ର ପ୍ରକଳ୍ପ ସମ୍ପୂର୍ଣ୍ଣ ପରେ ବି ଚାଷୀଙ୍କୁ ଏପର୍ଯ୍ୟନ୍ତ ପାଣି ମିଳୁନଥିବା ଘଟଣାକୁ ଲକ୍ଷ୍ୟକଲେ ପ୍ରକଳ୍ପ କାର୍ଯ୍ୟ କେବଳ ଠିକାଦାର ସନ୍ତୁଷ୍ଟି ପାଇଁ ନିର୍ମାଣ ସରିଥିବା ବୁଝାପଡୁଛି।

ପ୍ରକାଶ ଯେ, ହରଭଙ୍ଗା ବ୍ଲକର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗତ ୨୫ଫେବୃୟାରୀ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ କୁଶଙ୍ଗ ପଂଚାୟତର(ତିରଡ), ସାମ୍ପୋଚ୍‌‌, ରାମଗଡ଼, ଧଳପୁର ଭଳି ୪ଗୋଟି ମେଗାଜଳସେଚନ ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ କେବଳ ତିରଡ ମେଗାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। କୁଶଙ୍ଗ ପଂଚାୟତର ୧୪୫୦ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଏହି ବୃହତ ପ୍ରକଳ୍ପରୁ ଏପର୍ଯ୍ୟନ୍ତ ଲୋକଙ୍କୁ ପାଣିମିଳୁନାହିଁ। ନିଅଣ୍ଟିଆ ବର୍ଷା ଯୋଗୁଁ ଧାନ ବିଲ ଶୁଖିଲା ପଡ଼ିଥିବାବେଳେ ପ୍ରକଳ୍ପ ଥାଇ ମଧ୍ୟ ଚାଷୀଙ୍କୁ ପାଣି ନମିଳିବା ଘଟଣା କୁଶଙ୍ଗ ପଂଚାୟତର ହଜାର ହଜାର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

- Advertisement -

ଅନ୍ୟପଟେ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ସାରି ଠିକାସଂସ୍ଥା ମାଲେମାଲ ହୋଇଥିବା କେବଳ ସାର ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ପ୍ରକଳ୍ପ କାର୍ଯ୍ୟ କେଉଁ ଠିକାସଂସ୍ଥା କରିଛି ଏବଂ ଏଥିପାଇଁ କେତେଟଙ୍କା ବ୍ୟୟବରାଦ ହୋଇଛି ତାହାର ସୂଚନାଫଳକ ଲଗାଯାଇନାହିଁ। ଯାହାଫଳରେ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି ପ୍ରକଳ୍ପ କାର୍ଯ୍ୟ କେବଳ ନିର୍ମାଣ କରାଯାଇଥିବା କୁହାଯାଉଛି। ଧାନ କେଣ୍ଡା ଧରିଲା ବେଳକୁ ଜମିରେ ପାଣି ନଥିବାବେଳେ ଏହି ପ୍ରକଳ୍ପରୁ ନିଅଣ୍ଟିଆ ସମୟରେ ଚାଷ ପାଇଁ ପାଣି ନମିଳିବା ଘଟଣା ପ୍ରକଳ୍ପ ନିର୍ମାଣ କାହା ସ୍ୱାର୍ଥରେ ବୋଲି ମତ ପ୍ରକାଶ ପାଉଛି। ଏହି ଦୃଷ୍ଟିରୁ ତୁରନ୍ତ ଜଳସେଚନ ସୁବିଧା କରାଯିବା ପାଇଁ ସମାଜସେବୀ ଭିକାରୀ ଚରଣ ବାଈ ଦାବୀ କରିଛନ୍ତି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚାଷୀମହଲରୁ ଦାବୀ ହେଉଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories