www.samajalive.in
Saturday, December 13, 2025
26.1 C
Bhubaneswar

ସବୁ ଧାନ କିଣିବେ ସରକାର : ୨୧ରୁ ବରଗଡ଼, ୨୨ରେ ସମ୍ବଲପୁର ଜିଲାରେ ଧାନସଂଗ୍ରହ

ଭୁବନେଶ୍ୱର : ଚଳିତମାସ ୨୧ରୁ ବରଗଡ଼ ଜିଲାରେ ଖରିଫ ଋତୁ ଲାଗି ପ୍ରଥମ ପର୍ଯ୍ୟାୟ ଧାନ ସଂଗ୍ରହ କରାଯିବ। ଏହାପରେ ୨୨ତାରିଖରେ ସମ୍ବଲପୁର ସଦରରେ ଧାନ ସଂଗ୍ରହ ହେବ। ୨୭ରେ ସମ୍ବଲପୁରର କୁଚିଣ୍ଡା ଓ ରେଢ଼ାଖୋଲରେ ଧାନ ସଂଗ୍ରହ କରାଯିବ। ଏନେଇ ସଂପୃକ୍ତ ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶ ଜାରି ହୋଇଛି।
ବିଭାଗୀୟ ତଥ୍ୟ ଅନୁଯାୟୀ, ଧାନ ସଂଗ୍ରହ ପୂର୍ବରୁ ସଂପୃକ୍ତ ଜିଲାର ଚାଷୀ ସଙ୍ଗଠନ, ବିଧାୟକ ଓ ଜିଲା ପ୍ରଶାସନକୁ ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ଧାନ ସଂଗ୍ରହ ବେଳେ ସଂପୃକ୍ତ ଅଞ୍ଚଳର ଚାଷୀ ସଙ୍ଗଠନ ଓ ଯୋଗାଣ ଅଧିକାରୀ ରହିବେ। ଚଳିତବର୍ଷ ମିଲର୍ସମାନେ ଧାନ ସଂଗ୍ରହ ପୂର୍ବରୁ ମଣ୍ଡିରେ ଉପସ୍ଥିତ ରହିବେ। ପୂର୍ବବର୍ଷଗୁଡିକରେ ଯେଭଳି ଭାବେ ମିଲର୍ସମାନେ ଆସିଲେ ଧାନ ସଂଗ୍ରହ ହେଉଥିଲା, ଏଣିକି ସେସବୁ ଚଳିବନାହିଁ। ଚାଷୀମାନେ ଧାନ ମଣ୍ଡିରେ ଧାନ ଥୋଇ ମିଲର୍ସଙ୍କୁ ଅପେକ୍ଷା କରିବେ ନାହିଁ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଚଳିତବର୍ଷ ରାଜ୍ୟରେ ଭଲ ଧାନ ଫସଲ ହୋଇଛି। ସରକାରଙ୍କ ପକ୍ଷରୁ ଖରିଫ ଋତୁ ଲାଗି ୬୫ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବାକୁ ରହିଥିବାବେଳେ ରବିଋତୁ ଲାଗି ୧୪ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ କରାଯିବ। ଚଳିତବର୍ଷ ରାଜ୍ୟ ସରକାର ଚାଷୀଙ୍କ ସବୁଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ ନାହିଁ। ଏହି ମର୍ମରେ ଖରିଫ ବିପଣନ ବର୍ଷ ୨୦୨୩-୨୪ ପାଇଁ ଖାଦ୍ୟ ଓ ସଂଗ୍ରହ ନୀତିକୁ ସରକାରଙ୍କ ଅନୁମୋଦନ ମିଳିଛି। ସଂଗ୍ରହ ନୀତି ଅନୁଯାୟୀ, ଚଳିତବର୍ଷ ସର୍ବନିମ୍ନ ସହାୟକ ରାଶି ପ୍ରଦାନ କରି ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ଏବଂ ନିଯୁକ୍ତିପ୍ରାପ୍ତ କଷ୍ଟମ ମିଲରମାନଙ୍କ ଦ୍ବାରା ଏହି ଧାନକୁ ମିଲିଂ କରାଯାଇ ସମତୁଲ୍ୟ ଚାଉଳ ସଂଗ୍ରହ କରାଯିବ। ସଂଗୃହୀତ ଚାଉଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରାଯିବ। ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରାଯିବ। ଭାରତୀୟ ଖାଦ୍ୟ ନିଗମ ସଂଗୃହୀତ ବଳକା ଚାଉଳକୁ ନିଅଣ୍ଟିଆ ରାଜ୍ୟଗୁଡ଼ିକୁ ପ୍ରେରଣ କରିଥାନ୍ତି । ଖରିଫ ବିପଣନ ବର୍ଷ ୨୦୨୩-୨୪ ପାଇଁ ଅନ୍ତତଃ ୫୪ ଲକ୍ଷ ମେଟ୍ରିକ୍ ଟନ ଚାଉଳ ସଂଗ୍ରହ କରାଯିବ। ଧାନ ହିସାବରେ ଏହା ପ୍ରାୟ ୭୯ ଲକ୍ଷ ମେଟ୍ରିକ୍ ଟନ ହେବ। ଏହାଠାରୁ ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କଠାରୁ ମଣ୍ଡିକୁ ଆସିବ, ତାହା ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ। ଆବଶ୍ୟକ ହେଲେ ବିଭାଗୀୟ ମନ୍ତ୍ରୀ ଏହି ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି କରିପାରିବେ। ୨୦୨୨-୨୩ରେ (ଉଭୟ ଖରିଫ ଓ ରବି ଋତୁ ମିଶି) ୭୯.୧୬ଲକ୍ଷ ମେଟ୍ରିକ୍ ଟନର ଧାନ କ୍ରୟ କରାଯାଇଥିଲା। ଚାଉଳ ହିସାବରେ ଏହା ୫୩.୫୭ଲକ୍ଷ ମେଟ୍ରିକ୍ ଟନ। ଖରିଫ ଧାନ ନଭେମ୍ବର, ୨୦୨୩ରୁ ମାର୍ଚ୍ଚ,୨୦୨୪ ମଧ୍ୟରେ ସଂଗ୍ରହ କରାଯିବ। ରବି ଧାନ ମେ’ରୁ ଜୁନ-୨୦୨୪ ମଧ୍ୟରେ ସଂଗ୍ରହ କରାଯିବ। ଏହି ବିସ୍ତାରିତ ସମୟସୀମା ମଧ୍ୟରେ ଜିଲାପ୍ରଶାସନ ସେମାନଙ୍କ ଧାନ ସଂଗ୍ରହର ଅବଧି ନିର୍ଣ୍ଣୟ କରିବେ। ଚଳିତବର୍ଷ କେବଳ ପଞ୍ଜିକୃତ ଚାଷୀଙ୍କଠାରୁ ସେମାନଙ୍କ ବଳକା ଧାନ ସଂଗ୍ରହ କରାଯିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories