ଚାନ୍ଦିପୁଟ : ଗଜପତି ଜିଲ୍ଲାର ମୋହନାରେ ଗୁରୁବାର ପ୍ରଦେଶ କଂଗ୍ରେସ ପକ୍ଷରୁ ସଙ୍କୀର୍ତ୍ତନ ସତ୍ୟାଗ୍ରହ ଏବଂ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାଶରଥି ଗମାଙ୍ଗ ନେତୃତ୍ଵରେ ମୋହନା ସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରାଯିବା ସହ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ପରେ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ବାହାରି ମୋହନା ସହର ପରିକ୍ରମା କରି ହିଲଟପ କଲେଜ ଛକରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ତାଳ ଘଣ୍ଟ, ମହୁରୀ, ମୃଦଙ୍ଗ ବଜାଇ ଯୋଗଦେଇଥିଲେ। କଂଗ୍ରେସର ଏହି ଅଭିନବ ପ୍ରୟାସକୁ ସରକାର ଗମ୍ଭୀରତା ସହ ନେବାକୁ ବିଧାୟକ ଦାବୀ କରିଛନ୍ତି, ନଚେତ ଆଗାମୀ ଦିନରେ ଏହାର ପ୍ରତିବାଦରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ।
Popular Categories



