www.samajalive.in
Sunday, December 14, 2025
26.1 C
Bhubaneswar

ସାମାଜିକ ଗଣମାଧ୍ୟମରେ ଏଡ୍‌ସ ନିୟନ୍ତ୍ରଣ ସଚେତନତା କଲେ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ

ଫୁଲବାଣୀ:ଜାତୀୟ ଏଡ୍‌ସ ନିୟନ୍ତ୍ରଣ ଅନୁଷ୍ଠାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଜାତୀୟ ଏଡ୍‌ସ ନିୟନ୍ତ୍ରଣ କାର୍ଯ୍ୟକ୍ରମର ୫ମ ସଂସ୍କରଣରେ ଲକ୍ଷ୍ୟ ରଖାଯାଇଥିବା ସଂଖ୍ୟାର ୯୫ ପ୍ରତିଶତକୁ ହାସଲ କରିବା ପାଇଁ ସାମାଜିକ ଗଣମାଧ୍ୟମର ସାହାରା ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କନ୍ଧମାଳ ଜିଲା ସ୍ୱାସ୍ଥ୍ୟ ସମିତି ମିଳିତ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷା ଡା.ତନୁଜା ସିଂ ଅଧକ୍ଷତା କରିଥିବା ବେଳେ ଅଧ୍ୟାପିକା ଯଶୋଦା ଜେନା ସହଯୋଗ କରିଥିଲେ। ଜିଲା ଏଡ୍‌ସ ପରିଚାଳନା ୟୁନିଟି ଗଞ୍ଜାମର ଡିପିଏସ୍. ହେମନ୍ତ କୁମାର ଦାସ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ଏଚଆଇଭି ସଂକ୍ରମଣର ଗମ୍ଭିରତାକୁ ଉପସ୍ଥାପନା କରିବା ସହ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କିପରି ସମସ୍ତଙ୍କୁ ଯୋଡି ଅଧିକ ଜନ ସଚେତନତା ସୃଷ୍ଟି କରାଯାଇପାରିବ ସେ ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା.ସନ୍ତୋଷ କୁମାର ରାଜୁ, ସରୋଜ କୁମାର ମହାନ୍ତି, ଦେବାଶିଷ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବରିଷ୍ଠ କର୍ମୀ ବିଶ୍ୱରଞ୍ଜନ କର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂପାଦକ ହରିଶଙ୍କର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories