www.samajalive.in
Saturday, December 13, 2025
15.1 C
Bhubaneswar

ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଓଡିଶା ପ୍ରଶାସନକୁ ହସ୍ତାନ୍ତର କଲା ବହିର୍ଶୁଳ୍କ ବିଭାଗ

ଡେସ୍କ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ନୂଆଦିଲ୍ଲୀରେ ବହିର୍ଶୁଳ୍କ ବିଭାଗର ଅଧିକାରୀମାନେ ଓଡ଼ିଶା ପ୍ରଶାସନକୁ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି ହସ୍ତାନ୍ତର କରିଛନ୍ତି। ଯାଜପୁର ଜିଲ୍ଲା ଦର୍ପଣଗଡ଼଼ର ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲ୍ଲଭ ପ୍ରାଚୀନ ମୂର୍ତି ବହୁଦିନ ପୂର୍ବରୁ ଲୁଟ ହୋଇଥିଲା। ମୂର୍ତ୍ତି ହସ୍ତାନ୍ତର ଅବସରରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଅଧିକାରୀ ଓ ଦର୍ପଣଗଡ଼ର ଲୋକମାନେ ଉପସ୍ଥିତ ଥିଲେ।


ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମା’ କୋଟ୍ରାକ୍ଷୀ ଦର୍ପଣଗଡ଼଼ ଗ୍ରାମବାସୀଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ୱାସର ପ୍ରତୀକ। ମା’ଙ୍କ ଆଶୀର୍ବାଦ କାରଣରୁ ମା’ କୋଟ୍ରାକ୍ଷୀଙ୍କ ପ୍ରାୟ ନବମ ଓ ଦଶମ ଶତାବ୍ଦୀର ପ୍ରାଚୀନ ଦୁର୍ଲଭ ମୂର୍ତି ଓଡ଼ିଶା ଫେରୁଛି। ଖୁବ ଶୀଘ୍ର ଏହି ନିର୍ଦ୍ଧାରିତ ମୂର୍ତିଟି କୋଟ୍ରାକ୍ଷୀ ମନ୍ଦିରରେ ପୁନଃପ୍ରତିଷ୍ଠା ହେବ। ଆଜି ସମଗ୍ର ଓଡ଼ିଶା, ଯାଜପୁର ବିଶେଷତଃ ଦର୍ପଣଗଡ଼ବାସୀଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ। ମା’ଙ୍କ ଆଶୀର୍ବାଦ କାରଣରୁ ଏହା ସମ୍ଭବ ହୋଇପାରିଲା ବୋଲି ସେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଏୟାର କାର୍ଗୋର କଷ୍ଟମ ବିଭାଗ ପାଖରେ ପଡ଼ି ରହିଥିବା ଏହି ଦୁର୍ଲଭ ମୂର୍ତ୍ତିକୁ ଫେରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିଠି ଲେଖି ଅନୁରୋଧ କରିଥିଲେ। ଉକ୍ତ ଦୁର୍ଲ୍ଳଭ ମୂର୍ତିଟି ୨୦୨୧ ଜାନୁଆରୀ ୧୧ରେ ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories