www.samajalive.in
Saturday, December 6, 2025
19.1 C
Bhubaneswar

କଂଗ୍ରେସ ପକ୍ଷରୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧାରଣା

କଲ୍ୟାଣସିଂହପୁର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ରାଜ୍ୟର ସମସ୍ତ ବ୍ଲକ,ଏନଏସି, ମ୍ୟୁନିସିପାଲଟି ଓ ମହାନଗର ନିଗମ ଥିବା ଜଗନ୍ନାଥ ମନ୍ଦିରର ସମ୍ମୁଖରେ ଧାରଣା ଦିଆଯାଇଛି। ପୁରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରର ଗଣତି, ମାଣତି, ମରାମତି ଓ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଓ ଚାଷଜମିକୁ ତୁରନ୍ତ ଫେରସ୍ତ ଦାବିରେ କଂଗ୍ରେସ ପକ୍ଷରୁ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଆଗାମୀ ଦିନରେ ଦାବି ପୂରଣ ନେଇ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯିବ ବୋଲି ଡାକରା ଦିଆଯାଇଥିଲା। ଜିଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗଙ୍କ ଆହ୍ୱାନରେ ବ୍ଲକ ସଭାପତି ଚିନ୍ତାଡି ନଗେଶ୍ୱର ରାଓଙ୍କ ନେତୃତ୍ୱରେ ବ୍ଲକର କଂଗ୍ରେସକର୍ମୀ ନେତାମାନେ ଏକତ୍ରିତ ହୋଇ ହାତରେ ଫ୍ଲା କାର୍ଡ ଓ ଦଳୀୟ ପତାକା ଧରି ଜଗନ୍ନାଥ ମନ୍ଦିରରେ ଧାରଣା ଦେବା ସହ ସଂକୀର୍ତ୍ତନ କରିଥିଲେ। ଏଥିରେ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ଗୁଡୁଲ୍ଲା ପ୍ରସାଦ ରାଓ , ଅଶ୍ୱିନୀ କୁମାର ମହାପାତ୍ର, ଆପୁଲୁସ୍ୱାମୀ କୌଶଲ୍ୟା, ଚିତ୍ତରଞ୍ଜନ ଗାଣ୍ଟା, ଜାଡି ଏଣ୍ଡୁ, ଶ୍ରୀପତି କାଡ୍ରାକା ସମେତ ବହୁ ଦଳୀୟକର୍ମୀ ଉପସ୍ଥିତ ରହିଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories