www.samajalive.in
Sunday, December 14, 2025
26.1 C
Bhubaneswar

ରେଳପଥ ସଂଯୋଗ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୋଭାଯାତ୍ରା

ଫୁଲବାଣୀ: ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଫୁଲବାଣୀ ସହରକୁ ରେଳ ସଂଯୋଗ ପାଇଁ ମାଦିକୁନ୍ଦା ଛକରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ୟ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ଫୁଲବାଣୀକୁ ସଂଯୋଗ ନକରି ଚକାପାଦ ଠାରୁ ଖୋର୍ଦ୍ଧା ବଲାଙ୍ଗୀର ରେଳପଥକୁ ସଂଯୋଗ କରିବାକୁ ଡିପିଆର ପରିବର୍ତ୍ତନ ହୋଇଥିବା ଜଣାପଡିଛି। ୧୯୭୮ମସିହା କନ୍ଧମାଳବାସୀଙ୍କ ଦାବୀ ଅନୁସାରେ ଫୁଲବାଣୀରେ ଏକ ରେଳଷ୍ଟେସନ ହେବାର ଥିବା ବେଳେ ବର୍ତ୍ତମାନର ରେଳ ୱେବସାଇଟରେ ଫୁଲବାଣୀ ସହର କଟିଯାଇଛି। କେବଳ କନ୍ଧମାଳ ଜିଲାର ଚକାପାଦ ବ୍ଲକରେ ଗୋଟିଏ ରେଳ ଷ୍ଟେସନ କରି କନ୍ଧମାଳବାସୀଙ୍କ ପ୍ରତି ସରକାର ନ୍ୟାୟ କରିନଥିବା କୁହାଯାଇଛି। କୋରାପୁଟ ଭଳି ଜିଲାରେ କନ୍ଧମାଳ ଠାରେ ଅତ୍ୟୁଚ ପାହାଡ ଘାଟି ଥିବା ବେଳେ ସେଠି ରେଳପଥ ନିର୍ମାଣ ହୋଇଥିବା ବେଳେ ଘାଟିପାହାଡ ଆଳ ଦେଖାଇ ଫୁଲବାଣୀ ସହରକୁ ରେଳପଥ ସଂଯୋଗ ଦିଆଯାଇ ନାହିଁ। ତେଣୁ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ତିନି ମାସ ଧରି ସଭାସମିତି ମାଧ୍ୟମରେ ସରକାରଙ୍କୁ ଅସନ୍ତୋଷ ଜାହିର କରିଥିବା ବେଳେ ନଭେମ୍ବର ୮ତାରିଖରେ ରାଜ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି। ଏହା ସହିତ ଜିଲା ଦେଇ ଯିବାକୁ ଥିବା ଲାଞ୍ଜିଗଡ-ତାଳଚେର ଭାୟା ବାଲିଗୁଡା,ଫୁଲବାଣୀ ରେଳପଥ ନିର୍ମାଣ ପାଇଁ ରେଳ ବିଭାଗ ଅନୁମୋଦନ କରି କାର୍ୟ୍ୟ ଆରମ୍ଭ କରିବାକୁ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଏହି ପ୍ରତିବାଦ ଶୋଭାଯାତ୍ରା ଅବସରରେ କମିଟିର ସଭାପତି କମଳାକାନ୍ତ ପାଣ୍ଡେଙ୍କ ସହ ଡ ଅରୁପ ଜେନା,ଆବାହକ ଅଶୋକ ପରିଡା, ପ୍ରଣବ ମଣ୍ଡଳ, ନବୀନ କିଶୋର ପଣ୍ଡା ପ୍ରମୁଖ ବହୁ ପୁରୁଷ ମହିଳା ପ୍ରତିବାଦ ଶୋଭାଯାତ୍ରାରେ ଯୋଗ ଦେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories