www.samajalive.in
Sunday, December 14, 2025
26.1 C
Bhubaneswar

ଅନ୍ଧକାରରେ ମହାନଦୀର ମଧୁସେତୁ

ଗୁରୁଡ଼ିଝାଟିଆ: ମହାନଦୀରେ ନିର୍ମିତ ମଧୁସୂଦନ ସେତୁ ଆଲୋକିକରଣ ପାଇଁ କାର୍ଯ୍ୟରମ୍ଭ କରିବା ନିମନ୍ତେ ୨୦୨୩ ଜୁନ୍‌‌ ୨୮ ତାରିଖରେ ବିଭାଗୀୟ ଅଧିକାରୀ ଓ ରାଜନେତାମାନେ ଶୁଭ ପକାଇଥିଲେ। କାର୍ଯ୍ୟ ଅବଧି ସରିବା ନଭେମ୍ବର ୩୦ ହୋଇଥିଲେ ମଧ୍ୟ ସେତୁରେ କାର୍ଯ୍ୟସରିବା ତ ଦୂର କଥା, ଆଲୋକିକରଣ ପାଇଁ ଗୋଟିକ ହେଲେ ଆଲୋକିକରଣ ଖୁଣ୍ଟ ସ୍ଥାପନ କରାଯାଇ ନାହିଁ। କଟକ ସହରକୁ ନୂଆପାଟଣା, ୫୫ ନଂ ଜାତୀୟ ରାଜପଥ ଓ ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ସଂଯୋଗ କରିବା ପାଇଁ ମହାନଦୀରେ ନିର୍ମିତ ହୋଇଛି ମଧୁସୂଦନ ସେତୁ। ଯାହାକି ପଶ୍ଚିମ ଓଡ଼ିଶାରୁ ରାଜଧାନୀ ଭୂବନେଶ୍ୱର ଓ କଟକକୁ ପ୍ରାୟ ୬୦ କିମି ଗମନାଗମନରେ କମ୍‌‌ ଅଟେ। ସେତୁ ୨୦୧୮ ମାର୍ଚ୍ଚ ୩୦ତାରିଖରେ ସମାପନ ହୋଇଥିବା ବେଳେ ଅପ୍ରେଲ ୧ ତାରିଖ ଦିନ ଉଦଘାଟିତ ହୋଇଥିଲା। ହେଲେ ୫ବର୍ଷ ବିତିଯାଇଥିଲେ ମଧ୍ୟ ସେତୁରେ ଆଲୋକିକରଣ ହେଉନଥିବାରୁ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳି ପାଲଟିଥିଲା। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ବୁଦ୍ଧିଜୀବି ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ପ୍ରଶାସନ ନିଦ ଭାଙ୍ଗିବା ପାଇଁ ମଧୁସେତୁ ମଧ୍ୟରେ ସ୍ୱେଚ୍ଛାସେବୀ ଯୁବକମାନେ ଲଣ୍ଠନ ଜଳାଇ ପ୍ରତିବାଦ କରିଥିଲେ। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ମଧୁସୂଦନ ସେତୁକୁ ଆଲୋକିକରଣ କରିବା ପାଇଁ ପଦକ୍ଷେପ ନେବା ସହିତ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରିଛନ୍ତି। ଚଳିତ ମାସ ଶେଷରେ କାର୍ଯ୍ୟ ସମାପ୍ତ ପାଇଁ ଅବଧି ନିର୍ଦ୍ଧାରିତ ହୋଇଥିବା ବେଳେ ଏବେ ୨ଦିନ ହେଲା ଠିକାଦାରୀ ସଂସ୍ଥା ପ୍ରାଥମିକ ସ୍ତରରେ କେବୁଲ ବିଛା କାର୍ଯ୍ୟ ଆରମ୍ଭ କରିଛି। ତେବେ ନିର୍ଦ୍ଧାରିତ ସମୟରେ ସେତୁ ଆଲୋକିକରଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories