www.samajalive.in
Saturday, December 13, 2025
26.1 C
Bhubaneswar

ଶାନ୍ତିପୁରରେ ବିଷାକ୍ତ ମଦ ପିଇ ୭ମୃତ

କଲକାତା : ସଂଗ୍ରାମପୁରର ବିଷମଦର ଛାୟା ଶାନ୍ତିପୁରରେ ଦେଖା ଦେବା ଦ୍ୱାରା ସମଗ୍ର ଅଞ୍ଚଳରେ ଆତଙ୍କ ପରିବେଶ ସୃଷ୍ଟି ହୋଇଛି। ଆଜି ବିଷାକ୍ତ ମଦ ପିଇ ସନ୍ଧ୍ୟାସୁଦ୍ଧା ୭ଜଣଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଦିପାଇପାରେ ବୋଲି ସହରବାସୀ ଅନୁମାନ କରୁଛନ୍ତି। ତେବେ ରାଜ୍ୟ ସରକାର କାଳ ବିଳମ୍ବ ନ କରି ଏହି ଘଟଣାର ତଦନ୍ତଭାର ସିଆଇଡ଼ିକୁ ଦେବା ସହ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ବିଷୟକୁ ରାଜ୍ୟ ଅର୍ଥମନ୍ତ୍ରୀ ଅମିତ ମିତ୍ର ବିଧାନସଭାଠାରେ ଘୋଷଣା କରିଛନ୍ତି। ଇତିମଧ୍ୟରେ ଘଟଣା ପରିପ୍ରେକ୍ଷୀରେ ଶାନ୍ତିପୁର ସର୍କଲ ଓସି, ରାଣାଘାଟ ଡେପୁଟି ଏକ୍ସାଇଜ୍‍ କଲେକ୍ଟର ଓ ୮ଜଣ କନେଷ୍ଟବଳଙ୍କୁ ବରଖାସ୍ତ ପାଇଁ ନିର୍ଦେଶ ହୋଇଥିବା ଜଣାପଡ଼ିଛି। ଶ୍ରୀ ମିତ୍ର କହିଛନ୍ତି ଯେ ରିପାର୍ଟ ଅନୁସାରେ ଏହି ବିଷାକ୍ତ ମଦ ବିହାର-ଝାଡ଼ଖଣ୍ଡରୁ ଆସିଛି। ତେଣୁ ଘଟଣାର ତଦନ୍ତଭାର ସିଆଇଡ଼ିକୁ ଅର୍ପଣ କରାଯାଇଛି।
ଘଟଣା ପ୍ରସଙ୍ଗରେ ଜଣାପଡ଼ିଛି ଯେ ସକାଳ ସୁଦ୍ଧା କାଳନା ହାସପାତାଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇଜଣଙ୍କ ଶାନ୍ତିପୁର ହାସପାତଳରେ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଦୁଇଜଣଙ୍କ ଏହି ବିଷାକ୍ତ ମଦ ପିଇ ମୃତ୍ୟୁ ଘଟିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ମୃତକମାନେ ହେଲେ ସୁନୀଲ ମାହାତ, ଭୂଟାନ ମାହତ, କାଶୀନାଥ ମାହାତ। ତେବେ ଅନ୍ୟମାନଙ୍କ ନାମ ପୁଲିସ ଜାଣିପାରି ନାହିଁ। ପ୍ରତ୍ୟେକ ଚନ୍ଦନ ମାହାତ ମଦଭାଟିରୁ ମଦ ପିଇଥିଲେ ବୋଲି ଅଭିଯୋଗ ହୋଇଛି।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ସନ୍ଧ୍ୟା ସୁଦ୍ଦା ମୃତକଙ୍କ ସଂଖ୍ୟା ୭ ହୋଇଥିବାବେଳେ ବିଷାକ୍ତ ମଦ ପିଇ ଏବେସୁଦ୍ଧା ୩୦ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ମଦ ବିକ୍ରେତା ଫେରାର ଅଛି। ପୁଲିସ ପକ୍ଷରୁ ଆହୁରି କୁହାଯାଇଛି ଯେଉଁମାନେ ଅସୁସ୍ଥ ହୋଇଛନ୍ତି ସେମାନେ ମଙ୍ଗଳବାର ରାତିରେ ମଦ୍ୟପାନ କରିଥିଲେ। ପରେ ଅସୁସ୍ଥ ହେବାରୁ ସେମାନଙ୍କୁ ଶାନ୍ତିପୁର ଓ କାଳନା ହାସପାତଳରେ ପରିବାର ଲୋକେ ଭର୍ତ୍ତି କରିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ପ୍ରଶାସନର ନଜରକୁ ଏଡାଇ କିପରି ଏହି ମଦ ବ୍ୟବସାୟ ଚାଲୁଥିଲା ଏବଂ କିପରି ପ୍ରଶାସନ ଜାଣିପାରୁ ନଥିଲା ତାହା ଆଶ୍ଚର୍ଯ୍ୟର ବିଷୟ। ସ୍ଥାନୀୟ ନୃସିଂହପୁରରେ ବିଗତ କିଛି ମାସ ଧରି ଏହି ବ୍ୟବସାୟ ଚାଲୁଥିଲା। ଏହି ବିଷୟରେ ସ୍ଥାନୀୟ ଲୋକମାନେ ପୁଲିସକୁ ଅବଗତ କରିଥିଲେ ସୁଦ୍ଧା ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା। ତେଣୁ ବହୁ ସମୟରେ ଏହି ମଦ ପିଇ ଅନେକେ ଅସୁସ୍ଥ ହେଉଥିବା ମଧ୍ୟ ପରିଲକ୍ଷିତ ହୋଇଛି। ଗତ ୨୦୧୧ ମସିହାରେ ସଂଗ୍ରାମପୁରରେ ଏଭଳି ବିଷାକ୍ତ ମଦ ପାନ କରି ୧୭୩ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଶାନ୍ତିପୁରରେ ଆଜି ହୋଇଥିବା ଘଟଣାରେ ପୁଣି କେତେଜଣଙ୍କ ପ୍ରାଣହାନୀ ଘଟିବ ତାହା ନେଇ ସାଧାରଣରେ ଭୟ ସଞ୍ଚାର ହୋଇଛି। ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଅଭିଯାନ ଜାରି ରହିବା ସହ ତଦନ୍ତ ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ଅମିତ ମିତ୍ରଙ୍କ ବକ୍ତବ୍ୟକୁ ନେଇ ବିରୋଧୀ ମହଲରେ ହଟ୍ଟଗୋଳ ଆରମ୍ଭ ହୋଇଛି। ସେମାନଙ୍କ ଅଭିଯୋଗ ସ୍ଥାନୀୟ ଲୋକମାନେ ଭିନ୍ନ ମନ୍ତବ୍ୟ ଦେଉଥିବାବେଳେ ରାଜ୍ୟ ସରକାର ଅନ୍ୟ ଏକ ମନ୍ତବ୍ୟ ଦେବା ଦୁର୍ଭାଗ୍ୟର ବିଷୟ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories