www.samajalive.in
Sunday, December 14, 2025
14.1 C
Bhubaneswar

ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୩ଟି ଟେବୁଲଟେନିସ କେନ୍ଦ୍ର

କଟକ: ଓଡ଼ିଶା କ୍ରୀଡ଼ା ସହିତ ଯୋଡ଼ି ହୋଇଯାଇଛି ଆଉ ଏକ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି। ଟେବୁଲଟେନିସ ଖେଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ବରର ଲକ୍ଷ୍ମୀସାଗରଠାରେ ନିର୍ମିତ ହୋଇଛି ଟେବୁଲଟେନିସ ଏକାଡେମୀ। ଉକ୍ତ ଟେବୁଲଟେନିସ ଏକାଡେମୀକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୯ତମ ରାଜ୍ୟ ଟେବୁଲଟେନିସ ଚମ୍ପିଆନସିପ୍‌କୁ ଉଦ୍‌ଘାଟନ ମଧ୍ୟ କରିଥିଲେ। ଟେବୁଲଟେନିସ ଏକାଡେମୀ ଓଡ଼ିଶା କ୍ରୀଡ଼ାକୁ ଆଗକୁ ନେବାରେ ସହାୟକ ହେବ। ଏହା ଦ୍ବାରା ରାଜ୍ୟର ଖେଳାଳିମା​‌େ​‌ନ ଉପକୃତ ହେବା ସହିତ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ହାସଲ କରିପାରିବେ। ଏହା ଖେଳାଳିମାନଙ୍କ ମଧ୍ୟ​‌େ​‌ର ପ୍ରତିଦ୍ବନ୍ଦ୍ବିତାମୂଳକ ମନୋଭାବ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟରେ ଆସନ୍ତା ଡିସେମ୍ବର ସୁଦ୍ଧା ୩୩ଟି ଟେବୁଲଟେନିସ କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ବିଭିନ୍ନ ଇନଡୋର ହଲ୍‌ରେ ନିର୍ମିତ ଉକ୍ତ ଟିଟି କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ୧୬ତମ ଟିଟି ଏକାଡେମୀ ଭାବେ କଟକରେ ଉଦ୍‌ଘାଟିତ ହେବ ବୋଲି ଘୋଷଣା କରିଥିଲେ। ଓଡ଼ିଶା ଟେବୁଲଟେନିସ ଆସୋସିଏସନକୁ ରାଜ୍ୟରେ ଟେବୁଲଟେନିସକୁ ଆଗକୁ ନେବା ସହିତ ତୃଣମୂଳସ୍ତରରୁ ଖେଳାଳି ସୃଷ୍ଟି ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ୨୦୧୯ରେ ଆୟୋଜିତ ରାଜ୍ୟଗୋଷ୍ଠୀ ଟେବୁଲଟେନିସ ଚମ୍ପିଆନସିପ୍‌ ଓ ଜାତୀୟ ଟିଟି ଚମ୍ପିଆନସିପ୍‌ ସଫଳତା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜାତୀୟ ଟିଟି ସଂଘ ପ୍ରତିନିଧି ଏସ୍‌.ଏଚ୍‌ ଚୌଧୁରୀ ଓ ଏସ୍‌ଏଚ୍‌ କମଳେଶ ମେହେତା ଓ ଓଡ଼ିଶା ରାଜ୍ୟ ଟିଟି ସଂଘକୁ ପ୍ରଶଂସା କରିଥିଲେ। ଏହି ଅବସରରେ ୫ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.​‌େ​‌କ ପାଣ୍ଡିଆନ, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା,କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସ, ଡିସି ଏବଂ ଏସିଏସ୍‌ ଅନୁ ଗର୍ଗ, ଓଏସଟିଟିଏ ସଭାପତି ସଞ୍ଜୟ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଏକାଡେମୀରେ ୧୬ଟି ଟେବୁଲ ରହିଛି। ଏହାଛଡ଼ା ଉକ୍ତ ଏକାଡେମୀରେ ଅତ୍ୟାଧୁନିକ ବ୍ୟାୟାମଶାଳା, ଭାରୋତ୍ତୋଳନ ଓ ଚେସ୍‌ ସେଣ୍ଟର ମଧ୍ୟ ରହିଛି। ଉକ୍ତ ଏକାଡେମୀରେ ଖେଳାଳିମାନଙ୍କୁ ଫିଟ୍‌ନେସ ରହିବା ନେଇ ଯୋଗ ଶିକ୍ଷା ମଧ୍ୟ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟ ଟେବୁଲଟେନିସ ଆସୋସିଏସନ ଆନୁକୂଲ୍ୟରେ ୨୯ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲଟେନିସ ଚମ୍ପିଆନସିପ୍‌-୨୦୨୩ ଭୁବନେଶ୍ବରର ଲକ୍ଷ୍ମୀସାଗର ବିଜୁ ପଟ୍ଟନାୟକ ଇଣ୍ଡୋର ହଲ୍‌ରେ ଆରମ୍ଭ ହୋଇଛି। ୧୦ ପର୍ଯ୍ୟନ୍ତ ଉକ୍ତ ପ୍ରତିଯୋଗିତା ଚାଲିବ।

Hot this week

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

Related Articles

Popular Categories