ଡେସ୍କ: କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମଙ୍କୁ ଏକ ମାର୍ଗଦର୍ଶିକା ଜାରି କରି କେତେକ ଜରୁରି ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଛନ୍ତି। ଭୁଲ ସୂଚନା ଏବଂ ମିଥ୍ୟା ସୂଚନା ପ୍ରସାର କ୍ଷେତ୍ରରେ ବିଷୟବସ୍ତୁ ଚିହ୍ନଟ କରିବା ପାଇଁ ଯଥେଷ୍ଟ ତତ୍ପରତା ଅବଲମ୍ବନ କରିବା ଏବଂ ଯୁକ୍ତିଯୁକ୍ତ ପ୍ରୟାସ କରିବାକୁ କୁହାଯାଇଛି। ବିଶେଷକରି, ନିୟମ ଓ ନିୟାମକ ଏବଂ ଉପଭୋକ୍ତା ଚୁକ୍ତିନାମାର ବ୍ୟବସ୍ଥାକୁ ଉଲ୍ଲଂଘନ କରୁଥିବା ସୂଚନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।
ଆଇଟି ନିୟମାବଳୀ ୨୦୧୧ ଅନ୍ତର୍ଗତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି କୁହାଯାଇଛି। କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଭୁଲ ସୂଚନା ଏବଂ ମିଥ୍ୟା ସୂଚନା ଦ୍ୱାରା ସୃଷ୍ଟି ହେଉଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଗତ ଛଅ ମାସ ମଧ୍ୟରେ ଦ୍ୱିତୀୟ ମାର୍ଗଦର୍ଶିକା ଜାରି କରି ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକୁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛି।



