www.samajalive.in
Saturday, December 13, 2025
26.1 C
Bhubaneswar

ଭୀମ ଆର୍ମି ପକ୍ଷରୁ ଘରଡିହ ପଟ୍ଟା ପାଇଁ ଦାବୀପତ୍ର ପ୍ରଦାନ

ରେଙ୍ଗାଲି: ରେଙ୍ଗାଲି ବ୍ଲକ ଭୀମ ଆର୍ମି ସଂଗଠନ ତରଫରୁ ଘରଡିହ ପଟ୍ଟା ପାଇ ନଥିବା ଲୋକମାନଙ୍କୁ ଶୀଘ୍ର ଘରଡିହ ଜମି ପଟ୍ଟା ଦେବାକୁ ଆଜି ରେଙ୍ଗାଲି ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଛଅ ମାସ ହେଲାଣି ଘର ଡିହ ଜମି ପଟ୍ଟା ଲାଗି ଦିଆ ଯାଇଥିଲା ହେଲେ ଏ ପର୍ଯ୍ୟନ୍ତ କୌଣସି କାମହୋଇ ନଥିବାରୁ ଭୀମ ଆର୍ମି ସଂଗଠନ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇ ୨୧ ତାରିଖ ମଧ୍ୟରେ ଘର ଡିହ ଜମି ପଟ୍ଟା ଦିଆ ନଗଲେ ରେଙ୍ଗାଲି ତହସିଲ ଅଫିସ ଘେରାଉ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଭୀମ ଆର୍ମି ରେଙ୍ଗାଲି ବ୍ଲକର ସଭାପତି ଧିମାନ ଗୋପିନାଥ ରହିଦାସ, ସାଧାରଣ ସମ୍ପାଦକ ଲୋକନାଥ ମେହେର, କାର୍ଯ୍ୟକର୍ତ୍ତା ଈଶ୍ବର ଆଜାଦ ପ୍ରମୁଖ ରେେଙ୍ଗାଲି ତହସିଲଦାରଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories