www.samajalive.in
Sunday, December 14, 2025
26.1 C
Bhubaneswar

ବଳକା ଚକଟା ଅଟାରୁ ରୁଟି ପ୍ରସ୍ତୁତ କରି ଖାଉଛନ୍ତି କି? ମାରାତ୍ମକ ରୋଗର କାରଣ..

ଅଧିକାଂଶ ଲୋକେ ସମୟ ବଞ୍ଚାଇବା ପାଇଁ ହେଉ କିମ୍ବା ସମୟ ଅଭାବ କାରଣରୁ ସକାଳର ଜଳଖିଆ ପାଇଁ ରାତିରେ ଅନେକ ପ୍ରସ୍ତୁତି କରିଥାଆନ୍ତି। ସେହିପରି ଅନେକ ଲୋକଙ୍କୁ ବାସି ରୁଟି ଖାଇବା ପସନ୍ଦ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଖୁବ୍‌‌ ଉପକାରୀ। ମାତ୍ର କିଛି ଲୋକେ ସକାଳେ ରୁଟି ପାଇଁ ରାତିରେ ହିଁ ଅଟା ଚକଟି ରଖି ଥାଆନ୍ତି। ଯେପରି ସକାଳେ ରୁଟି ଶୀଘ୍ର ପ୍ରସ୍ତୁତ ହୋଇ ଯିବ। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ। ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଉପକାରୀ। ମାତ୍ର ବାସି ଚକଟା ଅଟା ସ୍ୱାସ୍ଥ୍ୟ ପାଇଁ କି କି କ୍ଷତି କରିଥାଏ। ଜାଣନ୍ତୁ..

ବାସି ରୁଟି ମଧୁମେହ ରୋଗୀଙ୍କ ପାଇଁ ଉପକାରୀ। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ। ମାତ୍ର ପ୍ରସ୍ତୁତ ହେବା ପରେ ୧୨ ରୁ ୧୫ ଘଣ୍ଟା ମଧ୍ୟରେ ବାସି ରୁଟି ଖାଇବା ନିତାନ୍ତ ଅବାଶ୍ୟକ।
ଓଦା ଅର୍ଥାତ ଚକଟା ଅଟାରେ ବ୍ୟାକ୍ଟେରିଆ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ନିୟମିତ ଏହି ଅଟାରେ ରୁଟି ପ୍ରସ୍ତୁତ କରି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହେବା ସହ ଅନେକ ମାରାତ୍ମକ ରୋଗର ଏହା କାରଣ ପାଲଟିଥାଏ।

- Advertisement -

ଚକଟା ଅଟା ରଖି ଏହାର ବ୍ୟବହାର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ପାଣି ବ୍ୟବହାର କରି ହେଉଥିବା ଚକଟା ଅଟାକୁ ତୁରନ୍ତ ବ୍ୟବହାର କରିବା ଉଚିତ। କାରଣ ଅଧିକ ସମୟ ପର୍ଯ୍ୟନ୍ତ ଅଟା ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ଏଥିରେ ଅନେକ ରାସାୟନିକ ପରିବର୍ତ୍ତନ ଘଟିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ।

ବାସି ଚକଟା ଅଟାରେ ରୁଟି ପ୍ରସ୍ତୁତ କରି ଖାଇବା କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ କ୍ଷତିକାରକ। ଏହି ରୁଟି ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ,ପେଟ ଜନିତ ଅନେକ ରୋଗ ସୃଷ୍ଟି ହୋଇଥାଏ। କଦାପି ବାସି ଅଟା ଚକଟାରୁ ରୁଟି ପ୍ରସ୍ତୁତ କରି ଖାଆନ୍ତୁ ନାହିଁ। ଅଟା ଚକଟିବା ପରେ ଏହାକୁ ସେହି ଦିନ ହିଁ ବ୍ୟବହାର କରନ୍ତୁ।

ନିୟମିତ ବାସି ଚକଟା ଅଟାର ରୁଟି ଖାଇବା ଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡିବା ସହ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ।

୧୨ ଘଣ୍ଟାରୁ ଅଧିକ ସମୟ ଯାଏଁ ବାସି ରୁଟି ରହିବା ପରେ ଏହାର ସେବନ କରନ୍ତୁ ନାହିଁ। ଏହାର ସେବନ ଦ୍ୱାରା ଡାଇରିଆ, ବଦହଜମି, ଏସିଡିଟି ସହ ଅନ୍ୟ କେତେକ ସମସ୍ୟା ହୋଇଥାଏ। ବାସି ଖାଦ୍ୟକୁ ମଧ୍ୟ ବାରମ୍ବାର ଗରମ କରି ଖାଆନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories