www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟ ଭୋଟର ପଞ୍ଜିକରଣ ପର୍ଯ୍ୟବେକ୍ଷକଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ : ଆଗାମୀ ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟାରେ ଯୋଗ୍ୟ ମତଦାତାମାନଙ୍କୁ ଭୋଟଦାନ ପ୍ରକ୍ରିୟାରେ ସାମିଲ କରିବା ଲକ୍ଷ୍ୟ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଭୋଟର ପଞ୍ଜିକରଣ ପର୍ଯ୍ୟବେକ୍ଷକ ତଥା ରାଜସ୍ୱ ବୋର୍ଡ଼ ଅଧ୍ୟକ୍ଷ ଡଃ. ବିଜୟ କେତନ ଉପାଧ୍ୟାୟ କନ୍ଧମାଳ ଜିଲ୍ଲା ଗ୍ରସ୍ତରେ ଆସି ରବିବାର ଫୁଲବାଣୀ ପୌରପାଳିକା, ଫୁଲବାଣୀ ବ୍ଲକ୍ ଓ ଖଜୁରୀପଡ଼ା ବ୍ଲକ୍ର କେତେଗୁଡ଼ିଏ ବୁଥ୍ ପରିଦର୍ଶନ କରିଛନ୍ତି। ଫୁଲବାଣୀ ପୌରପାଳିକା ଅନ୍ତର୍ଗତ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପକନା ଗାଁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଞ୍ଜୁୁଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଇଡା ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ଉଚ୍ଚ ବିଦ୍ୟାଳୟ, କେରେଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏବଂ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସମ୍ଭାବିତ ଭୋଟରମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଘରକୁ ଘର ବୁଲି ଛାଡ଼ିଯାଇଥିବା ସମ୍ଭାବ୍ୟ ବା ଯୋଗ୍ୟ ଭୋଟରମାନଙ୍କୁ ପଞ୍ଜିକରଣ କରିବାକୁ ପରାମର୍ଶ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ଯେପରିକି କୌଣସି ଯୋଗ୍ୟ ଭୋଟର ଭୋଟ ଦେବାରୁ ବଂଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏତଦ୍ ବ୍ୟତିତ ପୌରପାଳିକା ଏବଂ ସମସ୍ତ ବ୍ଲକର ସହକାରୀ ପଞ୍ଜିକରଣ ଅଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମର ସଠିକ୍ ରୂପାୟନ ନିମନ୍ତେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ପରିଦର୍ଶନ ସମୟରେ ଖଣ୍ଡମାଳ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଜ୍ୟୋତି ଶଙ୍କର ରାୟ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ୍ ସାହୁ, ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗ୍ ଡୁଙ୍ଗ୍ ପୌରପାଳିକା, ଫୁଲବାଣୀ ନିର୍ବାହୀ ଅଧିକାରୀ ଅଜିତ୍ କୁମାର ପଟ୍ଟନାୟକ, ଖଣ୍ଡମାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ବିବେକାନନ୍ଦ ସାମଲ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories