www.samajalive.in
Wednesday, December 10, 2025
14.1 C
Bhubaneswar

ଯାତ୍ରୀ ଉଠାଇବାକୁ ନେଇ ବିବାଦ, ଅଟୋ ଚାଳକଙ୍କୁୁ ହତ୍ୟା 

କଟକ : ଅଟୋରେ ଯାତ୍ରୀ  ଉଠାଇବାକୁ ନେଇ ଗୁରୁବାର ଚଣ୍ଡୀ ମନ୍ଦିର ନିକଟରେ  ଜଣେ  ଅଟୋ ଚାଳକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ସତୀଚୌରା ଇଦଗା କଲୋନୀର ମହମ୍ମଦ ରୋସନ(୪୨)। ଖବର ପାଇ ଲାଲବାଗ ପୁଲିସ ଶବ ଜବତ କରିଛି । ଘଟଣାସ୍ଥଳ ଓ ଏହାର ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଯ।ଞ୍ଚ କରିବା ପରେ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି ।
ସୂଚନ। ଅନୁଯାୟୀ ମହମ୍ମଦ ରୋସନ ପ୍ରତିଦିନ  ଚଣ୍ଡୀମନ୍ଦିର  ଅଟୋଷ୍ଟାଣ୍ଡରୁ ଅଟୋ ଚଳାଚଳ କରିଥାନ୍ତି ।  ସେହି ଷ୍ଟାଣ୍ଡରୁ ମଧ୍ୟ ଖଟବିନ ସାହିର ସରିଫ ଖାନ(୪୨)ଅଟୋ ଚଳାଚଳ କରିଥାନ୍ତି। ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ମଧ୍ୟ ରହିଥିଲା । ତେବେ ଯାତ୍ରୀ ଉଠା​ଇବାକୁ ନେଇ କିଛି ମାସ ହେବ ଉଭୟଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିଲ। ଗୁରୁବ।ର ହେତୁ ଚଣ୍ଡୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଗହଳି ଦେଖିବାକୁ ମିଳିଥିଲ। ଏକ ଭଡାକୁ ନେଇ ବକ୍ସିବଜାର ନିକଟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଅପରାହ୍ଣରେ ରୋସନ ଚଣ୍ଡୀ ଛକରୁ କିଛି ଯାତ୍ରୀଙ୍କୁ ଧରି ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଛ।ଡି ପୁଣି  ଷ୍ଟ।ଣ୍ଡକୁ ଫେରୁଥିଲା। ଏହି ସମୟରେ ସରିଫ ନିଶାସକ୍ତ ଅବସ୍ଥାରେ ରୋସନକୁ ଚଣ୍ଡୀ ମନ୍ଦିର ସମ୍ମୁଖରେ ଅଟକାଇ ଅଶ୍ରାବ୍ୟ ‌ଭ।ଷାରେ ଗାଳିଗୁଲଜ କରିଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଘଟିବା ସହିତ ହାତ।ହାତି  ମଧ୍ୟ ହୋଇଥିଲା । ମାରପିଟ୍ ସମୟରେ ସରିଫ ପାଖରେ ଥିବ। ପୁଲିସର ବ୍ୟାରିକେଡ ନିକଟକୁ  ରୋସନଙ୍କୁ ଟ।ଣି ନେଇ ଏକ ଶକ୍ତ ଧକ୍କା ପକାଇଥିଲ। ରୋସନଙ୍କ ମୁଣ୍ଡର ପଛ ଭାଗର ଡାହାଣପଟ ବ୍ୟାରିକେଡରେ ମାଡ ହୋଇଥିଲା।  ମୁଣ୍ଡ ଫାଟି ଯାଇ ପ୍ରବଳ ରକ୍ତ ସ୍ରାବ ହେବାରୁ ରୋସନ ଚେତା ଶୂନ୍ୟ ହୋଇ ପଡ଼ି ଯାଇଥିଲା। ସ୍ଥ।।ନୀୟ ଲୋକେ ତ।ଙ୍କୁ  ଉଦ୍ଧାର କରି ଚିକିତ୍ସା ଲ।ଗି ଏକ ଅଟୋରେ ବଡ ଡ।କ୍ତରଖାନାକୁ ନେଇ ଯାଇଥିଲେ। ତେବେ ସେଠାରେ ଡ।କ୍ତର ତ।ଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ଡ।କ୍ତରଖାନାରେ  ପହଞ୍ଚିବା ସହିତ ରୋସନର ଶବକୁ ଜବତ କରି ସଂରକ୍ଷଣ ଗୃହରେ  ରଖିଛି । ଶୁକ୍ରବାର ବ୍ୟବଛେଦ କରାଯିବା ପରେ ପରିବାରକୁ ମୃତ ହେହ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ଏହି  ଘଟଣାକୁ ନେଇ ରୋସନର ସାନଭ।ଇ ମହମ୍ମଦ ସନାଉଲ୍ଲା ଥ।ନାରେ ଏତଲା ଦେଇଛନ୍ତି।
ପୁଲିସ ହତ୍ୟା ମ।ମଲ। ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଯ।ଞ୍ଚ ପରେ ଅଭିଯୁକ୍ତକୁ ଅଟକ ରଖାଯ।ଇଥିବା ଥାନା ଅଧିକାରୀ ଦୟାନିଧି ନ।ୟକ ସୂଚନା ଦେଇଛନ୍ତି ।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories