BJD Bijuli 480×75 Mob

ଶୁକ୍ରବାର ରାଶିଫଳ (୦୩.୧୧.୨୦୨୩)

BJD Bijuli 480×75 Mob

ମେଷ : ଶାନ୍ତିପୂର୍ଣ୍ଣଭାବେ ଦିନଟି ଅତିବାହିତ ହେବ। ଅଳ୍ପକେ ସନ୍ତୁଷ୍ଟ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଠାକୁରଙ୍କ ଦର୍ଶନ ଲାଭ କରି ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି।

ବୃଷ :‌ ମନୋବଳ ଦୃଢ଼ ରହିବ। ମତିମାନ୍‌ ହେବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ମନଚଞ୍ଚଳ ରହିବ। ଅତି ସୁଖୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ସୁସ୍ଥ ଓ ନିରାମୟ ରହିବେ।

ମିଥୁନ : କର୍ମକ୍ଷେତ୍ରରେ ଉନ୍ନୟନ କାର୍ଯ୍ୟର ମୂଳଦୁଆ ପକାଇ ଆନନ୍ଦ ଅନୁଭବ କରିପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ଓ ବନ୍ଧୁ ସୂତ୍ରରୁ ଶୁଭେଚ୍ଛା ସହ ଅର୍ଥ ପ୍ରାପ୍ତ ହେବେ। ଭୋଜନ ସ୍ବାଦିଷ୍ଟ ହେବ।

କର୍କଟ : କର୍ମଚଞ୍ଚଳ ରହିବେ। ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିପାରନ୍ତି। ଆନନ୍ଦ ଉତ୍ସବରେ ଅଧିକ ବ୍ୟୟ କରିପାରନ୍ତି। କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି।

ସିଂହ : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କର୍ମରେ ସଫଳ ହେବେ।

କନ୍ୟା :  କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସରକାରୀ ଧନ ମିଳିପାରେ। ବାସଗୃହ ପରିବେଶ ଉତ୍ତମ ମାନର ହେବ।

ତୁଳା : କର୍ମଚଞ୍ଚଳ ରହିବେ। ଉପୁଜିଥିବା ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ ବ୍ୟବହାର କରିବେ।

ବିଛା : ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ। ଆଶା ନିରାଶାରେ ପରିଣତ ହୋଇପାରେ। ପ୍ରିୟଭାଷୀ ହେବେ। ସୁବର୍ଣ୍ଣ ସମ୍ପଦ ମିଳିପାରେ।

ଧନୁ : ଅର୍ଥାଗମର ସୂଚନା ମିଳୁଛି। ଶାନ୍ତି ସନ୍ତୋଷ ଲାଭ କରିପାରନ୍ତି। ସୁଖକର ଘଟଣା ଘଟିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ କରିପାରନ୍ତି। ସୁଷମ ଖାଦ୍ୟ ସହ ଆନନ୍ଦ ଉପଭୋଗ କରିବେ।

ମକର : ଭାଇମାନଙ୍କ ସହାୟତା ମିଳିବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରିପାଇବେ। ବ୍ୟବସାୟ ଲାଭଜନକ ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଚାକିରି କ୍ଷେତ୍ରରେ ଜନ ସେବା ଗ୍ରହଣ କରିପାରନ୍ତି।

କୁମ୍ଭ : କର୍ମକ୍ଷେତ୍ର ଚିନ୍ତା ବୃଦ୍ଧିର କାରଣ ହେବ। ଦୂରଯାତ୍ରା କରିପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହୋଇପାରେ। ପଢ଼ାପଢ଼ିରେ ମନୋନିବେଶ କରିବେ।

ମୀନ : କୌଣସି ଏକ ଭୁଲ କାର୍ଯ୍ୟ ପାଇଁ ଅନୁତପ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଯାନବାହନ ସୁଖ ମିଳିବ। କେତେକ ଘଟଣାରେ ଭୁଲ ବୁଝାମଣା ଘଟିପାରେ।

Comments are closed.