www.samajalive.in
Saturday, December 13, 2025
26.1 C
Bhubaneswar

ଶିଶୁ ସୁରକ୍ଷା ଆଇନ-୨୦୧୨ ଉପରେ କର୍ମଶାଳା

ହରଭଙ୍ଗା/ବୌଦ୍ଧ : ହରଭଙ୍ଗା ବ୍ଲକ ମିଶନ ଶକ୍ତି ଗୃହରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଲିଙ୍ଗଗତ ବୈଷମ୍ୟ,ବାଲ୍ୟ ବିବାହ, ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନାରୁ ସୁରକ୍ଷା ଆଇନ ତଥା ଶିଶୁ ଅଧିକାର ଓ ବେଟି ବଚାଓ-ବେଟି ପଢାଓ ଯୋଜନା ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବରେ ସୁରକ୍ଷା ଅଧିକାରୀ ସୁଶାନ୍ତ ଭୋଇ ଯୋଗଦେଇ  ଶିଶୁମାନଙ୍କର ସୁରକ୍ଷା ଆଇନ-୨୦୧୨, ଲିଙ୍ଗଗତ ଅସମାନତା, ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ଓ ବେଟି ବଚାଓ-ବେଟି ପଢାଓ କାର୍ଯ୍ୟକ୍ରମ ମାଧ୍ୟମରେ ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୁପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଟି ନିରାପତ୍ତା ଏବଂ ଶିଶୁମାନେ ବିଦ୍ୟାଳୟକୁ ଯିବା ଓ ଉପସ୍ଥାନର ହାର ବଢାଇବା ଓ କନ୍ୟା ସନ୍ତାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବରେ ହରଭଙ୍ଗା ଶିଶୁ ବିକାଶ ପ୍ରକଳ୍ପର କ୍ଷେତ୍ର ପରିଦର୍ଶିକା ସୌଦାମିନୀ ପଣ୍ଡା ଯୋଗଦେଇ ବାଲ୍ୟ ବିବାହ ନିରୋଧ ଆଇନ ୨୦୦୬ ଉପରେ ଆଲୋକପାତ କରିଥିଲେ। ବାଲ୍ୟ ବିବାହ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ଯୋଗଦେଇ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା ଆକ୍ସନ ପ୍ଲାନ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକର ସମସ୍ତ ସୁପରଭାଇଜର,୧୦୦ ରୁ ଅଧିକ ଅଙ୍ଗନୱାଡି କର୍ମୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ବସନ୍ତ ଦିଶିରି କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଚିତ୍ରସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories