www.samajalive.in
Saturday, December 13, 2025
21.1 C
Bhubaneswar

ଶାହରୁଖଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର; ସାମ୍ନାକୁ ଆସିଲା ‘ଡଙ୍କି’ର ପ୍ରଥମ ଝଲକ୍‌

ମୁମ୍ବଇ: ବଲିଉଡ଼ର କିଙ୍ଗ୍‌ ଖାନ୍‌ ଶାହରୁଖ ଖାନ ଆଜି ତାଙ୍କ ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ଦେଶ ବିଦେଶରୁ ତାଙ୍କ ନିକଟକୁ ଜନ୍ମଦିନ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରରେ ତାଙ୍କ ପ୍ରଶଂସକଙ୍କୁ ମିଳିଛି ବଡ଼ ଉପହାର। ସାମ୍ନାକୁ ଆସିଛି ଶାହରୁଖଙ୍କ ଆଗାମୀ ତଥା ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡଙ୍କି’ର ପ୍ରଥମ ଝଲକ୍‌।

- Advertisement -

‘ଯବାନ’ ପରେ ଶାହରୁଖ ଖାନ ‘ଡଙ୍କି’ ସହ ବଡ଼ ପରଦାରେ ପୁଣିଥରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ। ଦର୍ଶକ ରାଜକୁମାର ହିରାନୀ ଓ କିଙ୍ଗ୍‌ ଖାନଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ବେଶ୍‌ ଉତ୍ସାହିତ ଥିବା ବେଳେ ଚଳଚ୍ଚିତ୍ରର ପ୍ରଥମ ଝଲକ୍‌ ପାଇଁ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ। ଏହି ଅପେକ୍ଷାର ଅନ୍ତ ଘଟାଇ ‘ଡଙ୍କି’ ନିର୍ମାତା ଗୁରୁବାର ଶାହରୁଖଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପାଇଁ ଖାସ୍‌ ଉପହାରସ୍ବରୂପ ‘ଡଙ୍କି’ର ପ୍ରଥମ ଭିଡିଓ ରିଲିଜ୍‌ କରିଛନ୍ତି, ଯାହା ମାଧ୍ୟମରେ ପ୍ରଶଂସକ ଫିଲ୍ମର ପ୍ରଥମ ଝଲକ୍‌ ଦେଖିବାକୁ ପାଇଛନ୍ତି।

ଭିଡିଓ ଜରିଆରେ ପ୍ରଶଂସକମାନେ ଫିଲ୍ମର କାହାଣୀ ଏବଂ ଚରିତ୍ରମାନଙ୍କ ସହ ପରିଚିତ ହୋଇଛନ୍ତି। ଭିଡିଓ ଆରମ୍ଭ ହୋଇଛି ବାଲିରେ ଦୌଡ଼ୁଥିବା ଦଳେ ଭାରତୀୟଙ୍କଠାରୁ, ଯେଉଁମାନଙ୍କ ଉପରକୁ ପଛରୁ ଗୁଳିଚାଳନା କରାଯାଉଛି। ଏହାପରେ ଜଣେ ମାଆ ନିଜ ପୁଅକୁ ଗାଳି ଦେଉଥିବା ଦେଖିବାକୁ ମିଳୁଛି, ଯିଏ ତାଙ୍କ ପୁଅକୁ ତା’ର ଜେଜେମାଆଙ୍କ ରାଣ ଦେଇ ଶପଥ କରାଉଛନ୍ତି ଯେ, ସେ ଆଉ ଲଣ୍ଡନ ଯିବାର ସ୍ୱପ୍ନ ଦେଖିବେ ନାହିଁ। କିନ୍ତୁ ସେ ତାହା କରୁଛନ୍ତି ଏବଂ ତାଙ୍କ ଜେଜେମାଙ୍କର ଦେହାନ୍ତ ହୋଇଯାଉଛି। ଏହାପରେ ଭିଡିଓରେ ଶାହରୁଖ ଖାନ(ହାର୍ଡି), ତାପସୀ ପନ୍ନୁ(ମନୁ), ବୋମନ ଈରାନୀ(ଗୁଲାଟି), ଭିକ୍କି(ସୁଖୀ) ଆଦି ଚରିତ୍ର ସହ ପରିଚୟ କରାଯାଇଛି, ଯେଉଁମାନେ ସମସ୍ତେ ଲଣ୍ଡନ ଯିବାର ସ୍ବପ୍ନ ଦେଖୁଛନ୍ତି। ଏଠାରେ ସୂଚନାଯୋଗ୍ୟ ‘ଡଙ୍କି’ ଚଳଚ୍ଚିତ୍ର ବେଆଇନ ଅନୁପ୍ରବେଶକାରୀଙ୍କ ଉପରେ ଆଧାରିତ।

 

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories