www.samajalive.in
Thursday, December 11, 2025
13.1 C
Bhubaneswar

ଧୋନିଙ୍କୁ ଟପିବେ କୋହଲି

ନୂଆଦିଲ୍ଲୀ : ବିଜ୍ଞାପନ ପ୍ରସଙ୍ଗରେ ସର୍ବାଧିକ ଆୟକାରୀ ଭାରତୀୟ କ୍ରୀଡାବିତ୍‍ଭାବେ କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ତାଲିକାର ସର୍ବାଗ୍ରେ ରହିଛନ୍ତି। ତେବେ ଆଗାମୀ କିଛି ଦିନ ମଧ୍ୟରେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଏ ପ୍ରସଙ୍ଗରେ ଧୋନିଙ୍କୁ ଟପିଯିବେ ବୋଲି ଜଣାପଡିଛି। ଫୋବ୍‍ସ ପତ୍ରିକା ରିପୋର୍ଟ ଅନୁଯାୟୀ ଗତବର୍ଷ ଧୋନିଙ୍କ ଆୟ ୩୧ ନିୟୁତ ଡଲାର ଥିବାବେଳେ କୋହଲିଙ୍କ ଆୟ ୨୪ ନିୟୁତ ଡଲାର ରହିଥିଲା। ଧୋନି ଇତିମଧ୍ୟରେ ଟେଷ୍ଟ ଫର୍ମାଟରୁ ଅବସର ନେଇସାରିଥିବାବେଳେ କେବଳ ସୀମିତ ଓଭର କ୍ରିକେଟରେ ସକ୍ରିୟ ରହିଛନ୍ତି। ଅପରପକ୍ଷରେ କୋହଲି କ୍ରିକେଟରେ ଯେପରି ସଫଳତାର ଊର୍ଦ୍ଧ୍ବକୁ ଉଠୁଛନ୍ତି, ବିଜ୍ଞାପନ ଦୁନିଆରେ ମଧ୍ୟ ତାଙ୍କର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯୁବ ଗୋଷ୍ଠୀଙ୍କ ପାଇଁ କୋହଲି ବର୍ତ୍ତମାନ ଆଇକନ୍‍ ପାଲଟିଛନ୍ତି। ତେଣୁ କୋହଲିଙ୍କୁ ସେମାନଙ୍କର ବିଜ୍ଞାପନରେ ସାମିଲ କରି ଅଧିକରୁ ଅଧିକ ସଂଖ୍ୟକ ଯୁବକ ଯୁବତୀଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ କମ୍ପାନୀ ରଣନୀତି ପ୍ରସ୍ତୁତ କରୁଛନ୍ତି।
୩୦ ବର୍ଷୀୟ କୋହଲିଙ୍କୁ ବର୍ତ୍ତମାନ ଟିସଟ୍‍, ଅଡି, ପ୍ୟୁମା, ଉବେର ଓ ହିରୋ ଭଳି ଦେଶବିଦେଶର ୨୧ଟି କମ୍ପାନୀର ବିଜ୍ଞାପନରେ ଦେଖିବାକୁ ମିଳୁଛି। ଘଣ୍ଟାଠାରୁ ଆରମ୍ଭ କରି କାର୍‍, କ୍ରୀଡା ଜୋତା, ବାଇକ୍‍, ବ୍ରାଣ୍ଡେଡ୍‍ ପୋଷାକ, ଟାୟାର, ଟୁଥ୍‍ବ୍ରଶ ପର୍ଯ୍ୟନ୍ତ ଏକାଧିକ ସାମଗ୍ରୀର ବିଜ୍ଞାପନରେ କୋହଲି ଅଭିନୟ କରୁଛନ୍ତି। ଫୋବ୍‍ସ ପତ୍ରିକା ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଆୟକାରୀ ୧୦୦ କ୍ରୀଡାବିତ୍‍ଙ୍କ ତାଲିକାରେ କୋହଲି ୮୩ତମ ସ୍ଥାନରେ ରହିଛନ୍ତି। ବିଗତ ଏକ ବର୍ଷରେ ତାଙ୍କର ଆୟ ୨୪ ନିୟୁତ ଡଲାର ଥିଲା ବୋଲି ଉକ୍ତ ରିପୋର୍ଟରୁ ଜଣାପଡିଛି। ଏହି ତାଲିକାରେ କୋହଲି ବିଶ୍ୱର ୧ ନମ୍ବର ପୁରୁଷ ଟେନିସ ଖେଳାଳି ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ଓ ଆର୍ଜେଣ୍ଟିନାର ଫୁଟବଲ ତାରକା ସର୍ଗିଓ ଆଗ୍ୱେରୋଙ୍କୁ ପଛରେ ପକାଇଛନ୍ତି। ଫେସବୁକରେ କୋହଲିଙ୍କର ୩.୭ କୋଟି ପ୍ରଶଂସକ ଥିବାବେଳେ ଇନ୍‍ଷ୍ଟାଗ୍ରାମରେ ଏହି ସଂଖ୍ୟା ୨.୫ କୋଟି ଓ ଟ୍ୱିଟରରେ ୨.୭ କୋଟି ଥିବା ଜଣାପଡିଛି। ତେଣୁ ଏଭଳି ଜଣେ ବ୍ୟକ୍ତିତ୍ୱର ଲୋକପ୍ରିୟତାକୁ ଆଧାର କରି ନିଜ ସାମଗ୍ରୀର ବ୍ୟାପକ ପ୍ରସାର ଓ ବିକ୍ରି ପାଇଁ ବର୍ତ୍ତମାନ ନାମୀ ଦାମୀ କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ଚାଲିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories