www.samajalive.in
Saturday, December 6, 2025
26.1 C
Bhubaneswar

କଲମପୁର ସମେତ ପଣ୍ଡିଗାଁ ଏବଂ କୁଟୃଛକର ବସଷ୍ଟପ୍ ଉଦଘାଟିତ

କଲମପୁର : ବୁଧବାର କଲମପୁର ବ୍ଲକର କଲମପୁର ସମେତ ପଣ୍ଡିଗାଁ ଏବଂ କୁଟୃଛକ ଆଦି ୩ ଗୋଟି ସ୍ଥାନରେ ଥିବା ବସ୍ ଷ୍ଟପ ଉଦଘାଟିତ ହେଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି  ଗସ୍ତ ଅବସରରେ ବୁଧବାର ଲକ୍ଷ୍ମୀ ବସ ସେବା ଆରମ୍ଭ କରିଛନ୍ତି । ଗାଁରୁ ସହରକୁ ଯୋଡିବାର ପ୍ରୟାସରେ ଏହି ବସ୍ ସେବା ଆରମ୍ଭ ହେବ। ଲୋକେ ନିଜ ନିଜ ଶିକ୍ଷା, ସ୍ୱାସ୍ଥ୍ୟ ସମେତ ଅନ୍ୟ ସମସ୍ତ ମୌଲିକ ସେବା ପାଇଁ ବସ୍ ସେବା ପାଇ ପାରିବେ। ତେଣୁ ବସଷ୍ଟପର ଆବଶ୍ୟକତା ଦୃଷ୍ଟିରୁ ବୁଧବାର କଲମପୁର ବ୍ଲକ ମୁଖ୍ୟାଳୟର ବସଷ୍ଟପକୁ ସହକାରୀ ଯନ୍ତ୍ରୀ ଇଂ ସ୍ମୃତୀ ରଞ୍ଜନ ସେଠୀଙ୍କ ଉପସ୍ଥିତିରେ ସରପଂଚ ସୂର୍ଯ୍ୟକାନ୍ତୀ ପଣ୍ଡା ଦୀପ ପ୍ରଜ୍ଜଳନ କରି ବସଷ୍ଟପର ଶୁଭ ଉଦଘାଟନ କରିଛନ୍ତି।
ସେହିଭଳି ପଣ୍ଡିଗାଁ ବସ୍ ଷ୍ଟପକୁ ମଧ୍ୟ ସମିତିସଭ୍ୟା ଟିକେମଣୀ ହଂସ, ଭ।ରପ୍ରାପ୍ତ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ସ୍ମୃତୀ ରଞ୍ଜନ ସେଠୀ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା, ଶୁସିଳ କୁମାର ଜୈନ, ନାଏବ ସରପଂଚ ହେମଲତା ନାଏକ, ବିଜୟ ପ୍ରଧାନୀ ହର ହଂସ, ପବନ ମାଝୀ ପ୍ରମୁଖଙ୍କ ଉପସ୍ଥିତିରେ ସରପଂଚ କବିତା ଜୈନ ଉଦଘାଟନ କରିଛନ୍ତି। ସେହିଭଳି ବିଜମରା ପଂଚାୟତର କୁଟୃ ଛକରେ ଥିବା ବସ୍ ଷ୍ଟପ ମଧ୍ୟ ଉଦଘାଟିତ ହେଇଛି। ଏହି ସବୁ ବସ୍ ଷ୍ଟପ୍ ଉଦଘାଟନ ହେବା ପରେ ଲକ୍ଷ୍ମୀ ବସ୍ ସେବା ପାଇବା ପାଇଁ ଯାତ୍ରୀ ମାନେ ଏହି ସବୁ ସ୍ଥାନରେ ଅପେକ୍ଷା କରି ବସ୍ ସେବା ପାଇ ପାରିବେ। ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲକ୍ଷ୍ମୀ ବସ ସେବା ଶୁଭ ଉଦଘାଟନା ପରେ ବସ୍ ସବୁ ନିଜ ନିଜ ଇଲାକାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories