www.samajalive.in
Friday, December 12, 2025
27.1 C
Bhubaneswar

ଶିଶୁପୁତ୍ର ବିକ୍ରୀ ଅଭିଯୋଗ, ଥାନାରେ ମାମଲା

କାମାକ୍ଷାନଗର : କାମାକ୍ଷାନଗର ଥାନା ଜିରିଡାମାଳିର କେନାଲ ନିକଟରେ ଥିବା ଆଦିବାସୀ ବସ୍ତିର ଜଣେ ମହିଳା ତାଙ୍କର ନବଜାତକ ଶିଶୁପୁତ୍ରକୁ ବିକ୍ରୀ କରିଦେଇଥିବା ଅଭିଯୋଗ ହୋଇଛି। ଗତ ୧୩ ତାରିଖ ଶୁକ୍ରବାର ରାତିରେ ଜନ୍ମ ହୋଇଥିବା ଶିଶୁପୁତ୍ରକୁ ଗୋଟିଏ ଲୁଙ୍ଗି, ଗୋଟିଏ ଲୁଗା ଓ ଶହେ ଟଙ୍କା ବଦଳରେ ବିକ୍ରୀ କରି ଦେଇଥିବା ମହିଳା ଜଣକ ପ୍ରକାଶ କରିଛି।

ଏ ସଂକ୍ରାନ୍ତରେ ଶିଶୁ ପ୍ରକଳ୍ପ ଅଧିକାରୀ ସୈରେନ୍ଦ୍ର ପଟେଲ ଖବର ପାଇବା ପରେ ତୁରନ୍ତ ନିଜ ବିଭାଗୀୟ କର୍ମଚାରୀଙ୍କୁ ଡାକ୍ତରଖାନା ପଠାଇ ଚିକିତ୍ସା ବ୍ୟବସ୍ଥା କରିଥିଲେ। ଆଜି ମହିଳା ଜଣକ ଚିକିତ୍ସାଳୟରୁ ଚମ୍ପଟ ମାରିଛି। ସେ ଚିକିତ୍ସାଳୟରୁ ଉଭାନ ହେବା ଘଟଣା ନେଇ ଶିଶୁ ପ୍ରକଳ୍ପ ଅଧିକାରୀ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଥାନା ଅଧିକାରୀ ଶରତ ମହାଳିକ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାର ଜଣାଯାଇଛି l

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories