www.samajalive.in
Saturday, December 13, 2025
26.1 C
Bhubaneswar

ଆଇପିଏସ ସ୍ତରରେ ଅଦଳବଦଳ, ଉମାଶଙ୍କର ଦାଶ ହେଲେ ଡିଆଇଜି ଏସ୍‌ଆଇଡବ୍ଲ୍ୟ

ଭୁବନେଶ୍ବର: ଭାରତୀୟ ପୁଲିସ ସେବା(ଆଇପିଏସ୍‌) ସ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦଳବଳ କରାଯାଇଛି। ଆଜି ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅରୁଣ କୁମାର ରାୟଙ୍କୁ କଟକସ୍ଥିତ ସରକାରୀ ପ୍ରେସ୍‌ ନିର୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିପରି ୧୯୮୯ ବ୍ୟାଚ୍‌ର ପୁଲିସ ଅଧିକାରୀ ଅମୃତ ମୋହନ ପ୍ରସାଦଙ୍କୁ ଏଚ୍‌ଆରପିସି ଡିଜିରୁ ବଦଳି କରାଯାଇ ଜେଲ ବିଭାଗ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ସରକାରୀ ପ୍ରେସ୍‌ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଲଳିତ ଦାସଙ୍କୁ ଏଚ୍‌ଆର୍‌ପିସି ଏଡିଜି ଭାବେ ବଦଳି କରାଯାଇଛି। ୨୦୦୮ ବ୍ୟାଚ୍‌ର ଆଇପିଏସ୍‌ ତଥା ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସର ଏସିପି ଉମାଶଙ୍କର ଦାଶଙ୍କୁ ଡିଆଇଜି ଏସ୍‌ଆଇଡବ୍ଲ୍ୟ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ତାଙ୍କ ସ୍ଥାନରେ ବ୍ରିଜେଶ କୁମାର ରାୟଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଅରୁଣ ରାୟ ହେଲେ ସରକାରୀ ପ୍ରେସ ନିର୍ଦେଶକ। ଅମୃତ ମୋହନ ପ୍ରସାଦ ହେଲେ ଜେଲ ବିଭାଗ ଡିଜି। ଲଳିତ ଦାସ ହେଲେ ଏଚଆରପିସି ଏଡିଜି। ଉମାଶଙ୍କର ଦାସ ହେଲେ ଡିଆଇଜି ଏସଆଇଡବ୍ଲ୍ୟୁ। ବ୍ରିଜେଶ କୁମାର ରାୟ ହେଲେ ଅତିରିକ୍ତ ପୁଲିସ କମିଶନର।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories