ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ମାର୍ଦ୍ଦିଗୁମା ଗ୍ରାମର ଉଜ୍ବଳ ମଳିକ (୪୪) ବାହାର ରାଜ୍ୟକୁ ଦାଦନ ଖଟିବାକୁ ନିଖୋଜ ହୋଇଛନ୍ତି। ଉଜ୍ବଳ ମଳିକ ଅତି ଗରିବ ଆଦିବାସୀ ଶ୍ରେଣୀର। ଘରେ ଦୁଇ ଦୁଇଟି ଛୋଟ ପିଲା ସାଙ୍ଗକୁ ରୋଗୀଣା ବୃଦ୍ଧା ମାଁ। ସ୍ତ୍ରୀ ପୁରୁଷ ଉଭୟେ ପରିବାର ପ୍ରତିପୋଷଣ ପାଇଁ କୁଲି ମୁଲ ଖଟିବାକୁ ଯାଉଥିବା ବେଳେ ଗାଁରେ କୌଣସି କାମ ନ ମିଳିବାରୁ ଆଜକୁ ଦୁଇ ବର୍ଷ ତଳେ ଗ୍ରାମର କିଛି ଯୁବକଙ୍କ ସହ ଗୁଜୁରାଟର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ। ହେଲେ ତାଙ୍କ ସାଥି ଲୋକେ ଗାଁକୁ ଦେଢ଼ ବର୍ଷ ହେଲା ଫେରିଆସିଲେ। କିନ୍ତୁ ଉଜ୍ଜ୍ୱଳ ଏ ଯାଏଁ ଫେରିନାହାନ୍ତି। ଝାଟି ମାଟି ଭଙ୍ଗା କୁଡିଆରେ ଜୀବନ ବିତାଉଛନ୍ତି ଚାରି ପ୍ରାଣୀ କୁଟୁମ୍ବ। ଉଜ୍ଜଳ ନିଖୋଜ ଥିବା ନେଇ ଗତ ବର୍ଷ ଜୁନ ୧୬ ତାରିଖରେ ମୋହନା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ହେଲେ କୌଣସି ସୁଫଳ ମିଳିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଥାନାରେ ନିଖୋଜ ମାମଲା ରୁଜ୍ଜୁ ହୋଇଛି ଏବଂ ଅନୁସନ୍ଧାନ ଜାରୀ ରଖିଥିବା କହିଛନ୍ତି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ। ଏ ସଂପର୍କରେ ଆମେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବରଙ୍କୁ ଜଣାଇବା ପରେ ନିଃସହାୟ ପରିବାରକୁ ସହାୟତା ଯୋଗାଇ ଦେବା ସହ ନିଖୋଜ ଦାଦନ ଉଜ୍ଜ୍ୱଳକୁ ଖୋଜି ଆଣିବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Popular Categories



