www.samajalive.in
Saturday, December 13, 2025
21.1 C
Bhubaneswar

ପୁଣି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ! ୨୦୦ ନୁହେଁ ଏଥର ୪୦୦ କୋଟି ଦାବି

ମୁମ୍ବଇ : ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପୁଣି ଥରେ ମଙ୍ଗଳବାର ହତ୍ୟା ଧମକ ଦିଆଯାଇଛି। ପୂର୍ବରୁ ଅକ୍ଟୋବର ୨୭ରେ ୨ଟି ଇମେଲ ପଠାଇବା ସହ ୨୦୦ କୋଟି ଟଙ୍କା ଦାବି କରାଯାଇଥିଲା। ୩ୟ ଇମେଲରେ ଅର୍ଥାତ୍‌‌ ଆଜି ଆସିଥିବା ଇମେଲରେ ୪୦୦ କୋଟି ଟଙ୍କା ଦାବି କରାଯାଇଛି। ଏହି ଧମକପୂର୍ଣ୍ଣ ଇମେଲ ଆସିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।
ଏହି ବିପଦର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁମ୍ବଇ ପୁଲିସ ସୋମବାର ଦିନ ଦକ୍ଷିଣ ମୁମ୍ବଇରେ ଅମ୍ବାନୀଙ୍କ ବାସଭବନ ଏଣ୍ଟିଲିଆରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ସହ ବୃଦ୍ଧି କରିଛି।
ସୂଚନାନୁଯାୟୀ, ପୂର୍ବରୁ ୨୦ କୋଟି ଟଙ୍କା ଦାବି କରାଯାଇଥିଲା। ପୁଲିସ କହିବାନୁଯାୟୀ, ୨୦ କୋଟି ଟଙ୍କା ନଦେଲେ ଗୁଳି ଚଳାଇବା ନେଇ ଇମେଲରେ ଧମକ ଦିଆଯାଇଛି। ମୁମ୍ବଇର ଗାମଦେବୀ ପୁଲିସ ଷ୍ଟେସନରେ ଆଇପିସିର ଧାରା ୩୮୭ ଏବଂ ୫୦୬ (୨) ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories