ବିଶ୍ୱ ବ୍ୟାଙ୍କର ଚେତାବନୀ ; ମହଙ୍ଗା ହୋଇପାରେ ତେଲ!
ନୂଆଦିଲ୍ଲୀ : ମହଙ୍ଗା ହୋଇପାରେ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ। ବିଶ୍ୱ ବ୍ୟାଙ୍କ ପକ୍ଷରୁ ସୋମବାର ମିଳିଥିବା ସୂଚନାନୁଯାୟୀ, ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଲେ କିମ୍ବା ବଢିଲେ ତେଲର ମୂଲ୍ୟରେ ବୃଦ୍ଧି ହେବ। ଏହା ପ୍ରଭାବରେ ସାରା ଦୁନିଆରେ ଖାଦ୍ୟପେୟ ଜିନିଷ ମହାଙ୍ଗା ହୋଇପାରେ। ବିଶ୍ୱ ବ୍ୟାଙ୍କର କମୋଡିଟି ମାର୍କେଟ ଆଉଟଲୁକ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଯୁଦ୍ଧ ପରିସ୍ଥିତି ଲାଗି ନ ରହିଲେ ତେଲର ମୂଲ୍ୟରେ ପ୍ରଭାବ ସୀମିତ ରହିବ। ମାତ୍ର ଯୁଦ୍ଧ ଲାଗି ରହିଲେ ପରିସ୍ଥିତି ଜଟିଳ ହେବ।
ହାମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ୧୪୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ଥିଲେ ଏବଂ ପ୍ରାୟ ୨୪୦ ଜଣ ବନ୍ଧକ ହୋଇଥିଲେ।
Comments are closed.