www.samajalive.in
Sunday, December 14, 2025
26.1 C
Bhubaneswar

ଗୋପାଳପୁରରେ ଗଜଲକ୍ଷ୍ମୀ ପୂଜା

ଗୋପାଳପୁର : ଗୋପାଳପୁର ସ୍ଥିତ ବଡ଼ ହରିଜନ ସାହିରେ ପ୍ରଥମ ଥର ପାଇଁ ଗଜଲକ୍ଷ୍ମୀ ପୂଜା ଯୁବକ ସଂଘ ପକ୍ଷରୁ ଆରମ୍ଭ ହୋଇଛି । ରବିବାର ମା’ଙ୍କ ନିକଟରେ ସକାଳୁ ମାତୃପୂଜା, ​ଗ୍ରହପୂଜା, ଲକ୍ଷ୍ମୀ ଆବାହନ, ହୋମ, ୧ ହଜାର  ୮ ଦୀପ ଅର୍ପଣ କରିବା ସହ ସନ୍ଧ୍ୟା ଓ ପୁଷ୍ପାଞ୍ଜଳି ହୋଇଥିଲା। ଏଥିରେ ଆଖ ପାଖ ଅଂଚଳର ବହୁ ଭକ୍ତ ମା ଙ୍କ ଦର୍ଶନ କରିବା ସହ ଆଶିଷ ଗ୍ରହଣ କରିଥିଲେ। ପୁରୋହିତ ଭାବେ ରଙ୍କନିଧି ଦାଶ ଓ କର୍ତ୍ତା ଭାବେ କେଦାର ବାଙ୍ଗାରି, ପତ୍ନୀ ରଶ୍ମି  ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇ ଥିଲେ। କମିଟି ପକ୍ଷରୁ ସଭାପତି ଦୀପକ ନାୟକ, ସମ୍ପାଦକ ସିମାଞ୍ଚଳ ନାୟକ, କୋଷାଧକ୍ଷ ପିଣ୍ଟୁ ନାୟକ, ନାଳୁ କୁମାର ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଆଜି ଦୃଷ୍ଟିହୀନ ମାନଙ୍କ ଦ୍ୱାରା ଭଜନ ସମାରୋହ ଆୟୋଜନ ହୋଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories