www.samajalive.in
Sunday, December 14, 2025
15.1 C
Bhubaneswar

ସମ୍ପ୍ରଦାୟ ଭିତ୍ତିକ ମାନବ ଅଧିକାର ରକ୍ଷା ତାଲିମ କାର୍ଯ୍ୟକ୍ରମ

ଫୁଲବାଣୀ/ଦାରିଙ୍ଗବାଡି : ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପ୍ରଦାୟ ଭିତ୍ତିକ ମାନବ ଅଧିକାର ରକ୍ଷା ତାଲିମ କାର୍ଯ୍ୟକ୍ରମ, ଆକ୍ସନ ଏଡ୍ ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ଦାରିଙ୍ଗବାଡି ଏବଂ ଘୁ. ଉଦୟଗିରି ବ୍ଲକରେଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି । ଦାରିଙ୍ଗବାଡି, ରାଇକିଆ, କ. ନୂଆଗାଁ, ଟିକାବାଲି, ଚକାପାଦ ଓ ଘୁ.ଉଦୟଗିରି ବ୍ଲକର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ୭୦ ଜଣଙ୍କୁ ମାନବ ଅଧିକାର ରକ୍ଷାକାରୀଙ୍କୁ ନେଇ ଏହି ତାଲିମ ଅନୁଷ୍ଠିତ ହୋଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ଜାଗୃତି ସଭା ଗୃହ, ଦାରିଙ୍ଗବାଡି ଓ ପ୍ରଦାତ୍ତା ଅନୁଷ୍ଠାନ, ଘୁ. ଉଦୟଗିରିଠାରେ ଅନୁଷ୍ଠିତ ହୋଇଛି। ସମାଜରେ ବିଭିନ୍ନ ବ୍ୟକ୍ତିଗତ ଓ ସାମୂହିକ ଭାବେ କ୍ଷୁର୍ଣ୍ଣ ହେଉଥିବା ମାନବିକ ଅଧିକାର ବିଷୟରେ ଆଲୋକପାତ କରାଯାଇଥିଲା। ମାନବିକ ଅଧିକାରରେ ଖାଦ୍ୟ, ସ୍ୱାସ୍ଥ୍ୟ, ବସ୍ତ୍ର ଓ ବାସଗୃହକୁ ଉଲଙ୍ଘନ ହେଉଥିବା ସମସ୍ୟାକୁ ନେଇ ଅଭିଯୋଗ ଓ ମକଦ୍ଦମା ବିଷୟରେ ତାଲିମ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ଓ ତାଲିମଦାତା ଦିଲ୍ଲୀପ କୁମାର ଦାସ ଯୋଗଦେଇଥିବା ବେଳେ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ଓ ସଭାପତି ଦିଲ୍ଲୀପ କୁମାର ସାହୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଷ୍ଣୁପ୍ରିୟା ପ୍ରଧାନ ପରିଚାଳନା କରିଥିବା ବେଳେ ରାଜବାଳା ସିଂହ, ନୀଳମାଧବ ପାତ୍ର ଓ ସସ୍ମିତା ମଲ୍ଲିକ ସହଯୋଗ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories