www.samajalive.in
Sunday, December 14, 2025
23.1 C
Bhubaneswar

ମାଁ ଭଣ୍ଡାର ଘରଣୀ ଏବଂ କର୍ମେଲେନବୁଢି ଠାକୁରାଣୀଙ୍କ ଦଶହରା ପର୍ବ ପାଳିତ

କଲମପୁର :  ଗୁମାବାହାଲ ଠାରେ ମାଁ ଭଣ୍ଡାର ଘରଣୀ ଏବଂ କର୍ମେଲି ଗାଁ ଠାରେ କର୍ମେଲେନ ବୁଢି ଠାକୁରାଣୀଙ୍କ ଦଶହରା ପର୍ବ ଶୁକ୍ରବାର ମହା ସମାରୋହ ସହିତ ପାଳନ କରାଯାଉଛି। ଶୁକ୍ରବାର ସକାଳୁ ଗୁମାବାହାଲ ଗାଁର ଦେବୀ ପୂଜକ ଦୁର୍ଯ୍ୟନ ଜାନୀ ଗାଁ ଠାକୁରାଣୀ, ମାଟିଗୁଡି, ଧରଣୀ ଦେବୀ ଏବଂ ମାଇଲି ପୀଠରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଶ୍ରଦ୍ଧାଳୁ ମାନେ ନିଜ ନିଜ ସାଧ୍ୟ ମୁତାବକ ଭୋଗ ନେଇ ମାଁ ଭଣ୍ଡାର ଘରଣୀ ପୀଠରେ ସମର୍ପଣ କରିଥିଲେ। ସେହିଭଳି ହାତୀ ନଦୀ କୂଳରେ ଥିବା କର୍ମେଲି ଗାଁ ଠାରେ ମହା ସମାରୋହ ସହିତ ଗାଁର ଆରାଧ୍ୟା ଦେବୀ ମାଁ କର୍ମେଲେନବୁଢୀ ଠାକୁରାଣୀଙ୍କ ଦଶହରା ପର୍ବ ପାଳନ କରାଯାଉଛି। ପାରମ୍ପାରିକ ପ୍ରଥା ଅନୁସାରେ ଉଭୟ ମାଁ ଭଣ୍ଡାର ଘରଣୀ ଏବଂ କର୍ମେଲେନ ବୁଢି ଠାକୁରାଣୀଙ୍କ ଦଶହରା  ପର୍ବ କୁମାର ପୂର୍ଣ୍ଣମୀ ଦିନ ପାଳିତ ହେଇଥାଏ, କିନ୍ତୁ ଚଳିତ ବର୍ଷ କୁମାର ପୂର୍ଣ୍ଣମୀ ଦିନ ଚନ୍ଦ୍ର ଗ୍ରହଣ ଥିବାରୁ ପୂଜା ନିଷେଧ ରହିଛି। ତେଣୁ ସମସ୍ତଙ୍କ ନିଷ୍ପତ୍ତିରେ ଦିନକ ଆଗରୁ ଏହି ପର୍ବ ପାଳନ କରାଯାଇଛି । ହାତୀ ନଦୀ କୂଳରେ ଦେବୀ କର୍ମେଲେନ ବୁଢି ଠାକୁରମଈଙ୍କ ପୀଠ ରହିଛି । ଅନେକ ସମୟରେ ହାତୀ ନଦୀର ବନ୍ୟା ଆସିଛି, ଯେଉଁଥିରେ ଅନେକଙ୍କ ଘର ଦ୍ୱାର ସମେତ ଜନ ଜୀବନ ନଷ୍ଟ ହେଇଛି। କିନ୍ତୁ କେବେ ମଧ୍ୟ ନଦୀ କୂଳରେ ଥିବା କର୍ମଲେନ ବୁଢି ଠାକୁରାଣୀଙ୍କ ପୀଠକୁ ପାଣି ପଶି ପାରି ନାହିଁ । ଯାହା ମାଁଙ୍କ ଅଲୌକିକ ଶକ୍ତି ବୋଲି ସାଧାରଣରେ ବିଶ୍ୱାସ ରହିଛି । ଏପରିକି ଗାଁରେ ମଧ୍ୟ କୌଣସି ଲୋକଙ୍କ ବନ୍ୟା ପ୍ରଭାବରୁ ଜନ ଜୀବନ କ୍ଷତି ହେଇନାହିଁ। ଶୁକ୍ରବାର ସଂଧ୍ୟାରେ ଦେବୀଙ୍କ କାଳସୀ କଣ୍ଟା ଦୋଳିରେ ଝୁଲି ନିଜ ପରାକାଷ୍ଠା ପ୍ରଦର୍ଶିତ କରିଥିଲେ । ଏହାପରେ ନିଜର ପ୍ରତୀକ ଲାଠି ନେଇ ଗାଁ ପରିକ୍ରମା କରି ନିଜ ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଉଭୟ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories