www.samajalive.in
Thursday, December 11, 2025
15.1 C
Bhubaneswar

ପାକିସ୍ତାନ ଆଗରେ ଦକ୍ଷିଣ ଆଫ୍ରିକା ଆହ୍ବାନ

ଚେନ୍ନଇ  : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣର ଶୁକ୍ରବାର ଚେନ୍ନଇର ଏମ୍‌ ଚିଦାମ୍ବରମ ଷ୍ଟାଡ଼ିୟମରେ ୨୬ତମ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ଦକ୍ଷିଣ ଆଫ୍ରିକା ଅପେକ୍ଷା ପାକିସ୍ତାନ ପାଇଁ ଜିତିବା ଏକାନ୍ତ ଆବଶ୍ୟକ।
ବାବର ଆଜାମଙ୍କ ନେତୃତ୍ବାଧିନ ପାକିସ୍ତାନ ୫ଟି ମ୍ୟାଚରୁ ୨ଟି ବିଜୟ ଓ ୩ଟି ପରାଜୟ ସହ ୪ ପଏଣ୍ଟ ପାଇଛି। ଦଳକୁ ସେମିଫାଇନାଲ ଦୌଡ଼ରେ ରହିବା ଲାଗି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ଜିତିବା ଏକାନ୍ତ ଆବଶ୍ୟକତା ହୋଇପଡିଛି। ଦଳ ନେଦରଲାଣ୍ଡ୍‌ସ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିବାବେଳେ ଭାରତ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ନିକଟରୁ ପରାଜିତ ହୋଇଛି। ଶେଷ ମ୍ୟାଚରେ ଦୁର୍ବଳ ଆଫଗାନିସ୍ତାନ ନିକଟରୁ ୮ ୱିକେଟରେ ପରାଜିତ ହେବା ଦଳକୁ ଚିନ୍ତାରେ ପକାଇଛି। ବ୍ୟାଟିଂରେ ବାବର ଆଜାମ, ମହମ୍ମଦ ରିଜ୍‌ୱାନ ଓ ଅବଦୁଲ୍ଲା ସାଫିକଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ବଡ ସ୍କୋର କରିବାରେ ସଫଳ ହେଉନାହାନ୍ତି। ବୋଲିଂରେ ସାହିନ ସାହ ଆଫ୍ରିଦି, ହାରିସ ରୈଫ ଓ ହାସନ ଅଲ୍ଲୀ ପ୍ରମୁଖ ଏପର୍ଯ୍ୟନ୍ତ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରିନାହାନ୍ତି। ଯାହା ଫଳରେ ଆଫଗାନିସ୍ତାନ ୨୮୩ରନର ବିଜୟ ଲକ୍ଷ୍ୟକୁ ମାତ୍ର ଦୁଇ ୱିକେଟରେ ହାସଲ କରିନେଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ଜିତିବାକୁ ହେଲେ ଦଳକୁ ବ୍ୟାଟିଂ ଓ ବୋଲିଂ​‌େ​‌ର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ। ଅନ୍ୟପକ୍ଷରେ ତାମ୍ବେ ବାଭୁମାଙ୍କ ନେତୃତ୍ବାଧିନ ଦକ୍ଷିଣ ଆଫ୍ରିକା ଚଳିତ ପ୍ରତିଯୋଗିତାରେ ଦୁର୍ଦର୍ଶ ଦଳ ଭାବେ ଉଭା ହୋଇଛି। ଦଳ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ବରଣ କରିଛି। ଦଳ ଶ୍ରୀଲଙ୍କା,ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ବାଂଲାଦେଶକୁ ପରାସ୍ତ କରିଥିବାବେଳେ ନେଦରଲ୍ୟାଣ୍ଡ୍‌ସ ନିକଟରୁ ପରାଜିତ ହୋଇଥିଲା। ଦଳ ବିଜୟୀ ହୋଇଥିବା ୪ଟି ମ୍ୟାଚରେ ଆଗ ବ୍ୟାଟିଂ କରି ୩୦୦ରୁ ଉର୍ଦ୍ଧ୍ବ ରନ କରିବାରେ ସଫଳ ହୋଇଛି। ବ୍ୟାଟିଂରେ କ୍ବିଣ୍ଟନ ଡିକକ୍‌ ୩ଟି ଶତକ ସହ ୪୦୭ରନ, ହେନରିକ୍‌ କ୍ଲାସେନ ୨୮୮ରନ ଓ ମାର୍କରାମ ୨୬୫ରନ କରିଛନ୍ତି। ବୋଲିଂରେ ମାର୍କୋ ୟାନସେନ, କାଗିସୋ ରାବଡା ଓ ଲୁଙ୍ଗି ଏନ୍‌ଗିଡ଼ିଙ୍କ ସହ କେଶବ ମହାରାଜ୍‌ ରହିଛନ୍ତି। ବୋଲିଂ ଓ ବ୍ୟାଟିଂରେ ଦଳ ଭଲ ପ୍ରଦର୍ଶନ କରୁଛି। ଦକ୍ଷିଣ ଆଫ୍ରିକା ଜିତିଥିବା ୪ଟି ମ୍ୟାଚରୁ ଆଗ ବ୍ୟାଟିଂ କରି ୩୦୦ରୁ ଉର୍ଦ୍ଧ୍ବ ରନ କରିଛି।ପାକିସ୍ତାନ ବିପକ୍ଷରେ ଦଳ ବିଜୟଧାରାକୁ ବଜାୟ ରଖିବା ନେଇ ନିଶ୍ଚିତ ଉଦ୍ୟମ କରିବ। ଦୁଇ ଦଳର ଶେଷ ୫ଟି ମ୍ୟାଚ ପ୍ରଦର୍ଶନକୁ ଦେଖିଲେ ପାକିସ୍ତାନ ୩ଟି ଓ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚରେ ବିଜୟୀ ହୋଇଛି। କିନ୍ତୁ ବର୍ତ୍ତମାନର ପ୍ରଦର୍ଶନକୁ ଦେଖିଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ମ୍ୟାଚ ଜିତିବା ସହଜ ମନେ କରାଯାଉନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories