www.samajalive.in
Monday, December 8, 2025
16.1 C
Bhubaneswar

ଅନିଶ୍ଚିତତା ମଧ୍ୟରେ ବାହାଲି ପୋଲ, ଅସୁବିଧାରେ ୫ଟି ଗାଁର ଲୋକେ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଉପକଣ୍ଠରେ ରହିଥିବା ଆଦିବାସୀ ଅଧ୍ୟୁଷିତ ବାଣୀଭୂଷଣପୁର ପଂଚାୟତର ବାହାଲି ପୋଲ ନିର୍ମାଣ କାର୍ଯ୍ୟ ୨୦୧୯-୨୦ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ପଂଚାୟତ ପକ୍ଷରୁ ଆରମ୍ଭ ହୋଇଥିଲା। ସେତୁ ନିର୍ମାଣ ଯୁଦ୍ଧକାଳିନ ଭିତିରେ ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ମନରେଗା ଯୋଜନାରେ ୨୦ ଲକ୍ଷ ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ଟଙ୍କା, ସମୁଦାୟ ୪୦ ଲକ୍ଷ ଟଙ୍କା ବ୍ୟୟବରାଦ ପାଇଁ ପ୍ରସ୍ତାବ ରହିଥିଲା। ପ୍ରଥମ ଦଫାରେ ବ୍ୟୟବରାଦ ହେବାକୁଥିବା ୨୦ ଲକ୍ଷ ଟଙ୍କାରୁ ତିନୋଟି ପର୍ଯ୍ୟାୟରେ ୭ ଲକ୍ଷ ଟଙ୍କାରୁ ଅଧିକ ବିଲ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଦସ୍ତଖତରେ ପଇଠ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବାକିଥିବା ୧୨ ଲକ୍ଷ ୪୫ ହଜାର ଟଙ୍କା ବିଲ ପଇଠ ସମୟରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ୨୦ ଲକ୍ଷ ଟଙ୍କା କାର୍ଯ୍ୟର ବିଲ ମଞୁର କରିବାର କ୍ଷମତା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ନଥିବା ଦର୍ଶାଇ ବିଲ ପଇଠରେ ତ୍ରୁଟି ଅନିୟମିତତା ଥିବା ଭଳି ଏକ ବଡ ଭୁଲ ଧରାପଡ଼ିଲା। ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଥିବା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପି.ଡିଙ୍କ ଦୃଷ୍ଟିଗୋଚର ପରେ ସେତୁ କାର୍ଯ୍ୟ ନଥିପତ୍ର ଖୋଳତାଡ ଆରମ୍ଭ ହେଲା। ଏଭଳି ତ୍ରୁଟି ଦର୍ଶାଇ ସେତୁ ନିର୍ମାଣ କାର୍ଯ୍ୟ ବିଲ ପଇଠ ପାଇଁ ବୌଦ୍ଧ ଗ୍ରାମ୍ୟ ଉନ୍ନୟନସଂସ୍ଥା ପଂଚାୟତିରାଜ ବିଭାଗକୁ ସହମତି ମାଗିଥିଲେ।

ପଂଚାୟତିରାଜ ଅଧିକ୍ଷଣ ଯନ୍ତ୍ରୀ ଗତ ମାର୍ଚ୍ଚ ୨୧ରେ ଏହି ଘଟଣାର ସରଜମିନ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିବା ମଧ୍ୟ ଜଣାପଡ଼ିଛି। ଅଧିକ୍ଷଣ ଯନ୍ତ୍ରୀ ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା ଥିବା ଦର୍ଶାଇ ତତ୍କାଳୀନ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପିଇଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ୍ଷଣ ଯନ୍ତ୍ରୀଙ୍କ ରିପୋର୍ଟକୁ ଚାପି ଦିଆଯାଇ କାମକୁ ବନ୍ଦ କରି ସରକାରୀ କା ମାଲ ଦରିଆ ମେ ଡାଲ ନ୍ୟାୟରେ ଅଧପନ୍ତରିଆ ଭାବେ ପୋଲ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇପଡ଼ିଛି। ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କା ବକୟୋ ବିଲ ପଇଠ ହୋଇପାରୁନଥିବା ବେଳେ ପୋଲ କାର୍ଯ୍ୟ ମଧ୍ୟ ସରିପାରୁନି। ଯାହାଫଳରେ ଏହି ପୋଲ ଉପରେ ନିର୍ଭର କରୁଥିବା ବାହାଲି, ତିଲକୂପ, ଖୁଂଟପଡ଼ା, ହରିଡାବିା ଏବଂ ଗୁଣ୍ଡିରିବିଡା ଭଳି ୫ଟି ଆଦିବାସୀବହୁଳ ଗ୍ରାମବାସୀଙ୍କ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି। ଏ ଦିଗରେ ସ୍ଥାନୀୟ ବିଧାୟକ ତଥା ପଂଚାୟତିରାଜ ମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦୋବ ସହ ଲୋକଙ୍କ ଦାବୀକୁ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ୫ଟି ଗ୍ରାମବାସୀ ପକ୍ଷରୁ ଦାବୀ ଉଠୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories