www.samajalive.in
Sunday, December 14, 2025
26.1 C
Bhubaneswar

ଛାତ୍ର ଆକ୍ରମଣରେ ଅଧ୍ୟାପକଙ୍କ ମୃତ୍ୟୁ ଘଟଣା, ସଂଘ ପକ୍ଷରୁ ଶୋକସଭା

ଭୁବନେଶ୍ବର : ଜଣେ ଛାତ୍ରର ଆକ୍ରମଣରେ ଝାରସୁଗୁଡ଼ା ଜିଲା ପିକେଏସ୍‌ଏସ୍ ସ୍ନାତକ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅମିତ କୁମାର ବାରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଅଧ୍ୟାପକ ଓ ଶିକ୍ଷାବିତ୍ ମହଲ‌େ‌ର ଉଦ୍‌ବେଗ ପ୍ରକାଶ ପାଇଛି। ବେସରକାରୀ ଅନୁଦାନ ଓ ଅଣ ଅନୁଦାନ (+୨ ଓ +୩) ମହାବିଦ୍ୟାଳୟ ତଥା ସଂସ୍କୃତ ଶିକ୍ଷାନୁଷ୍ଠାନ କର୍ମଚାରୀ ସଂଘ ପକ୍ଷରୁ ଅମିିତଙ୍କ ଆତ୍ମାର ସଦ୍‌ଗତି କାମନା କରି ଶୋକସଭା ପାଳନ କରାଯାଇଛି।
ସଂଘର ସଭାପତି ଡ. ଦେବବିଜୟ ମିଶ୍ର କହିଛନ୍ତି ଯେ, ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଅମିତ ନିଯୁକ୍ତି ପାଇ ଦୀର୍ଘ ୧୫ ବର୍ଷ ଧରି ସ୍ବଳ୍ପ ଦରମାରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଆସୁଥିଲେ। ଏତେଦିନ କାମ କଲା ପରେ ମଧ୍ୟ ସେ ସରକାରୀ ଅନୁଦାନରୁ ବଞ୍ଚିତ ଥିଲେ। ତାଙ୍କ ଘରେ ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସରକାରଙ୍କ ନିୟମ ଅନୁସାରେ ଆମେ ୨୦୧୯ରୁ ଅନୁଦାନ ପାଇବାକୁ ଯୋଗ୍ୟ ହୋଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ଅନୁଦାନ ନୀତିରୁ ବଞ୍ଚିତ। ଅନୁଦାନ ଦାବିରେ ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣା ଜାରି ରହିଛି। ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି ନିଷ୍କର୍ଷ ବାହାରିପାରୁନି। ଆସନ୍ତା ନଭେମ୍ବର ମାସ ଭିତରେ କୌଣସି ପଦକ୍ଷେପ ନନେଲେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ସରକାର ସେଥିପାଇଁ ଦାୟୀ ରହିବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories