www.samajalive.in
Saturday, December 13, 2025
26.1 C
Bhubaneswar

ମନୋଜଙ୍କୁ ବାସନ୍ଦ ପରେ ତୀବ୍ର ହେଲା କଳି

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର  ‘ରାମ୍‌’କୁ ନେଇ ବିବାଦ ଘେରକୁ ଆସିଛନ୍ତି ଅଭିନେତା ମନୋଜ ମିଶ୍ର। ସେ ସମ୍ବଲପୁରରେ ଏହି ଚଳଚ୍ଚିତ୍ରକୁ ଚଲାଇ ଦେଇ ନଥିବା ଅଭିଯୋଗ ଆଣି ପ୍ରଯୋଜକ ସଂଘ ମନୋଜଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି।  ଏହି ଘଟଣାକୁ ନେଇ ଅଭିନେତା ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରିଥିଲେ। ଯେଉଁଥିରେ ସେ କହିଥିଲେ, ଗତ କିଛି ମାସ ହେଲା ଆପଣଙ୍କର କିଛି ଭିଡିଓ ଓ ଟିଭି ସାକ୍ଷାତକାରରେ ଯେଉଁ ବଡ଼ଭାଇଙ୍କୁ ଦେଖିଥିଲି ଓ ଜାଣିଥିଲି, ହେଲେ ଆଜି ସେହି ମନୋଜ ଭାଇଙ୍କୁ ଆଉ ଦେଖିବାକୁ ପାଉନି ।  ଅନୁଭବ ଆହୁରି କହିଥିଲେ, ଜିତୁ ମଙ୍ଗରାଜ ଭାଇ ଓ ଆପଣଙ୍କ ଭିତରେ ଯାହା ସବୁ ଚାଲିଛି, ମୁଁ ସେ ବିଷୟରେ କିଛି କିଛି ଜାଣିଛି । ଜିତୁଙ୍କ କଥାକୁ ଜାଣିଶୁଣି ବାଟବଣା ନକରିଥିଲେ, ତା’ର ଭୁଲ ଅର୍ଥ ନ ବାହାର କରିଥିଲେ ବୋଧହୁଏ ଭଲ ହୋଇଥାଆନ୍ତା।  ଭିଡିଓର ଜବାବ ଦେଇ ମନୋଜ ଅନୁଭବଙ୍କୁ କହିଛନ୍ତି, ଚାଲ ମିଶିକି ଚଳଚ୍ଚିତ୍ର କରିବା। ଓଡ଼ିଆ ଚଳଚ୍ଚିତ୍ରକୁ ସାରା ପୃଥିବୀରେ ପଞ୍ଚାଇବା। ଏହି  ଛୋଟ କଥାକୁ ନେଇ ତୁମର ଓ ମୋର ଭିତରେ ଏମିତି କଥା ହେବା ଅନୁଚିତ। ତୁମକୁ ଲାଗୁଛି ‘ରାମ୍‌’ ଚିତ୍ର ନଦେଖିବା ପାଇଁ ମୁଁ କହିଥିବି ?

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories