www.samajalive.in
Sunday, December 14, 2025
26.1 C
Bhubaneswar

ବଉଳ ମା’ଦୁର୍ଗାଙ୍କ ଭସାଣୀ ଉତ୍ସବ

ଗୁରୁଡ଼ିଝାଟିଆ: ନବେଢ଼ା ଅଞ୍ଚଳର ଆରାଧ୍ୟ ଦେବୀ ମା’ବଉଳ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତୀମା ବିସର୍ଜନ ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ ହୋଇଛି। ଶାସ୍ତ୍ରୀୟ ବିଧି ମୁତାବକ, ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କ ପୂଜାଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଠଗଡ଼ ଦେବୋତ୍ତର ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁପରଭାଇଜର ଭବାନୀ ପ୍ରସାଦ ପଣ୍ଡା ଉପସ୍ଥିତ ରହି ଏହି କାର୍ଯ୍ୟ ସଂପନ୍ନ କରାଇଥିଲେ। ସ୍ଥାନୀୟ ଅଞ୍ଚଳର ଭକ୍ତମାନଙ୍କ ଦ୍ବାରା ମା’ଙ୍କୁ ପୂଜାର୍ଚ୍ଚନା କରି ମୃଣ୍ମୟୀ ପ୍ରତୀମାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବିଭକ୍ତ ଓରନ୍ଦା ପଞ୍ଚାୟତ ସରପଞ୍ଚ ମାଗୁଣୀ ଚରଣ ରାଉତ, ଓରନ୍ଦା ସରପଞ୍ଚ ବିନ୍ଦୁବାସିନୀ ଦାସ, ଯୁବନେତା ରାଜୀବ ଲୋଚନ ଦାସ, ଶୁକଦେବ ବେହେରା, ସ୍ଥାନୀୟ ମୁରବୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୁରୁଡ଼ିଝାଟିଆ ପୁଲିସ ମୁତୟନ ହୋଇଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories