www.samajalive.in
Saturday, December 13, 2025
26.1 C
Bhubaneswar

ଟି-୨୦ ବିଶ୍ୱକପ: ଚୂଡାନ୍ତ ଏକାଦଶ ମନୋନୟନ ବିବାଦ

ମୁମ୍ବଇ : ୱେଷ୍ଟଇଣ୍ଡିଜରେ ସଦ୍ୟସମାପ୍ତ ମହିଳା ବିଶ୍ୱକପ ଟ୍ୱେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତ ସେମିଫାଇନାଲ ପର୍ଯ୍ୟାୟରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଭିଜ୍ଞ ବ୍ୟାଟସମ୍ୟାନ ମିତାଲି ରାଜଙ୍କୁ କୌଣସି କାରଣବଶତଃ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇନଥିଲା। ଭାରତର ପରାଜୟ ପରେ ସମାଲୋଚକମାନେ ଅଧିନାୟିକା ହରମନପ୍ରୀତ କୌରଙ୍କ ଏତାଦୃଶ ନିଷ୍ପତ୍ତିକୁ ଅଙ୍ଗୁଳି ନିର୍ଦେଶ କରିବା ସହ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। ଫଳରେ ମ୍ୟାଚ ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗକୁ କେନ୍ଦ୍ରକରି ଭାରତୀୟ ଦଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିସିସିଆଇ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଏହାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି କହିଥିଲେ।
ଏହି ପରିପ୍ରେକ୍ଷୀରେ ସୋମବାର ହରମନପ୍ରୀତ ଓ ମିତାଲି ପୃଥକଭାବେ ବିସିସିଆଇ ସିଇଓ ରାହୁଲ ଜୋହରି ଓ ଜେନେରାଲ ମ୍ୟାନେଜର (କ୍ରିକେଟ ପରିଚାଳନା) ସବା କରିମଙ୍କୁ ସାକ୍ଷାତ କରି ନିଜସ୍ୱ ପକ୍ଷ ରଖିଛନ୍ତି। ଏହି ଅବସରରେ ଭାରତୀୟ ମହିଳା ଦଳର ମ୍ୟାନେଜର ତୃପ୍ତି ଭଟ୍ଟାଚାର୍ଯ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ହରମନପ୍ରୀତ ଓ ମିତାଲି ସେମାନଙ୍କୁ ଭେଟି ଏ ପ୍ରସଙ୍ଗରେ ମତ ରଖିଛନ୍ତି ବୋଲି ବିସିସିଆଇ ଅଧିକାରୀ କହିଛନ୍ତି। ତେବେ ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ସେମାନେ କୌଣସି ସୂଚନା ଦେଇନାହାନ୍ତି। ଜୋହରି ଓ କରିମ ଆଗାମୀ ଦୁଇ ଦିନ ମଧ୍ୟରେ ଏ ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ବିସିସିଆଇ ପ୍ରଶାସକ କମିଟି ନିକଟରେ ଦାଖଲ କରିବେ ବୋଲି ଜଣାପଡିଛି। ମହିଳା ଦଳର ପ୍ରଶିକ୍ଷକ ରମେଶ ପୱାର ଆସନ୍ତା ବୁଧବାର ଜୋହରି ଓ କରିମଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories