ଚୋରି ମାମଲାରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ନର୍ଲା : ନର୍ଲା ଥାନା କେସ୍ ନମ୍ବର ୨୧୮/ତା.୧୯/୧୦/୨୩ ରେ ଦଫା ୪୫୬,୩୮୦ ଆଇପିସିରେ ଗିରଫ କରି ଆଜି ୩ଜଣ ଅଭିଯୁକ୍ତଙ୍କୁ ନର୍ଲା ପୁଲିସ କୋର୍ଟ ଚାଲାଣ କରିଛି ।
ସୂଚନାନୁଯାୟୀ ପଲସାପଡା ଗ୍ରାମର ସଦାନନ୍ଦ ବାଗ ନର୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ ଚଳିତ ମାସ ଗତ ୧୫ ତାରିଖରେ ତାଙ୍କ ଘରୁ ଟିଭି ଓ ଫ୍ରିଜ୍ ଚୋରି ହୋଇଥିବା ବେଳେ ଘରେ ଥିବା ଆଲମିରାକୁ ଭଙ୍ଗା ଯାଇଥିଲା । ଏହାକୁ ନେଇ ନର୍ଲା ପୁଲିସ ତନାଘନା ତଦନ୍ତ କରି ସେହି ଗ୍ରାମର କୂଳଦ୍ବୀପ ନାଏକ(୨୬),ସଚ୍ଚିନ ଭୋଇ(୨୫) ଓ ଗଜିନ୍ଦ୍ର ସାହୁ (୨୩)ଙ୍କୁ ଥାନାକୁ ଆଣି ପଚାରାଉଚୁରା କରିଥିଲା । ତଦନ୍ତରେ ଜଣାପଡିଥିଲା ଯେ କୂଳଦ୍ବୀପ ,ସଚ୍ଚିନ ଓ ରୋଶନ ନାମକ ୩ ଜଣ ମିଶି ସଦାନନ୍ଦ ଘରୁ ଚୋରି କରିଥିଲେ । ଚୋରି ସାମଗ୍ରୀ ମଧ୍ୟରୁ ଟିଭି ଓ ଫ୍ରିଜ୍ କୁ ସେମାନେ ସେହି ଗ୍ରାମର ଗଜିନ୍ଦ୍ର ସାହୁ ପାଖରେ ୫୫୦୦ ଟଙ୍କାରେ ବିକ୍ରୟ କରିଥିଲେ । ଯେଉଁ ସାମଗ୍ରୀ କୁ ପୁଲିସ ଜବତ କରିସାରିଛି । ଥାନାଧିକାରୀ ଗଙ୍ଗାଧର ମେହେରଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀ ନର୍ଲାଥାନା ସବ୍ ଇନ୍ସପେକ୍ଟର ଏ.ପ୍ରଧାନ ଘଟଣାରେ ସଂପୃକ୍ତ ଅଭିଯୁକ୍ତ କୂଳଦ୍ବୀପ, ସଚ୍ଚିନ ଓ ଗଜିନ୍ଦ୍ରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଅଛି । ଅନ୍ୟତମ ଅଭିଯୁକ୍ତ ରୋଶନ ଫେରାର ଥିବା ସୂଚନା ମିଳିଅଛି ।
Comments are closed.