www.samajalive.in
Sunday, December 14, 2025
26.1 C
Bhubaneswar

ବିଦ୍ୟୁତ କାର୍ଯ୍ୟାଳୟ ପରିସରରୁ ଅହିରାଜ ଉଦ୍ଧାର 

ହରଭଙ୍ଗା :ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବ ପ୍ରିୟ କମ୍ପଙ୍କ ନେତୃତ୍ୱରେ ବୌଦ୍ଧ ବନବିଭାଗ ଓ ବୌଦ୍ଧର ସ୍ନେକ ହେଲ୍ଫ ଲାଇନ ଟିମ ମିଳିତ ଉଦ୍ୟମରେ ୧୪ଫୁଟ ଲମ୍ବର ଅହିରାଜ (କିଙ୍ଗ କୋବ୍ରା)କୁ ଉଦ୍ଧାର କରାଯାଇଛି । ଗତ ବୁଧୁବାର ବିଳମ୍ବିତ ରାତିରେ ବୌଦ୍ଧ ସ୍ନେକ ହେଲ୍ଫ ଲାଇନ ବିଶେଷ ସୂତ୍ରରୁ ଖବର ପାଇ ଛତରଙ୍ଗ ଇଲେକ୍ଟ୍ରିକ ଅଫିସ ପରିସରରେ ଏକ ଅହିରାଜ ସାପଥିବା ଖବର ପାଇ ବୌଦ୍ଧ ବନ ବିଭାଗକୁ ସୂଚନା ଦେଇଥିଲେ। ବୌଦ୍ଧ ବନ ଖଣ୍ଡ ଅଧିକାରୀ ସଙ୍ଗେ ସଙ୍ଗେ ତାଙ୍କର ସ୍ପେସିଆଲ ଟିମ ସହିତ ସ୍ନେକ ହେଲ୍ଫ ସହିତ ଛତରଙ୍ଗକୁ ପଠାଇଥିଲେ । ସ୍ନେକ ହେଲ୍ଫ ଲାଇନ ଟିମ ପହଂଚି ସାପଟିକୁ ସୁରକ୍ଷିତ ଉଦ୍ଧାରକରି ସ।ତକୋଶିଆ ବନ୍ୟ ପ୍ରାଣୀ ଅଭୟାରଣ୍ୟରେ ଛଡା ଯାଇଥିଲା। ଏହି ରେସକ୍ୟୁ କାର୍ଯ୍ୟରେ ବୌଦ୍ଧ ବନ ବିଭାଗର ବନରକ୍ଷୀ ପ୍ରକାଶ କୁମାର ପ୍ରଧାନଙ୍କ ସହିତ ସ୍ନେକ ହେଲ୍ଫ ଲାଇନର ଲିଲୁ ସ୍ୱାଇଁ, ଅରୁଣ ମେଣ୍ଡୁଳିଙ୍କ ସହ ଅନ୍ୟ କର୍ମକର୍ତ୍ତା ସାମିଲ ଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories