ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ ପୁଷ୍ଟିଶସ୍ୟ ପ୍ରତିଯୋଗିତା

କେନ୍ଦୁଝରଗଡ଼ : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଓ ଓଡିଶା ପୁଷ୍ଟିଶସ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଯାନ୍ତ୍ରୀକ ବିଦ୍ୟାଳୟ କେନ୍ଦୁଝରର ପ୍ରତିଷ୍ଠାତା ଇଂ ବସନ୍ତ କୁମାର ଦାନୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବ ପିଲାମାନଙ୍କ ଅର୍ନ୍ତନିହିତ ଗୁଣର ବିକାଶ ଦିଗରେ ବିଶେଷ ସହାୟକ ହେବ ବୋଲି ଆଶା ପ୍ରକଟ କରିଥିଲେ। ସଦର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ନାଏକ ମହୋତ୍ସବରେ ଅଧ୍ୟକ୍ଷତା କରି ମହୋତ୍ସବ ଛାତ୍ରଛାତ୍ରୀଙ୍କୁ ଅଧିକ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ମିଶ୍ର ଓ ତରଣୀସେନ ମୁଣ୍ଡା, ଡି.ଏନ୍‌‌.ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚତୁର୍ଥରୁ ସପ୍ତମ ଶ୍ରେଣୀ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀକୁ ନେଇ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ବ୍ଲକର ବିଭିନ୍ନ ବିଭିନ୍ନ ବିଦ୍ୟାଳୟରୁ ପ୍ରତିଯୋଗିତାରେ ଶତାଧିକ ପ୍ରତିଯୋଗୀ ଓ ପ୍ରାୟ ୮୦ଜଣ ଗାଇଡ ଶିକ୍ଷକ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ଶିକ୍ଷକ ମନୋଜ କୁମାର ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ମହାନ୍ତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସଦର ବ୍ଲକର ସମସ୍ତ ସିଆରସିସିଙ୍କ ସମେତ ସରକାରୀ ଉବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.