www.samajalive.in
Saturday, December 13, 2025
27.1 C
Bhubaneswar

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ଦ୍ୱିତୀୟ ତ୍ରୈୟମାସରେ ନେଟ୍‌ ଲାଭ ୯୨୦ କୋଟିରୁ ଅଧିକ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏହାର ଦ୍ୱିତୀୟ ତ୍ରୈୟମାସରେ ଅନାଦେୟ ଋଣରେ ହ୍ରାସ ଏବଂ ସୁଧ ଆୟରେ ବୃଦ୍ଧି ସହ ଶତକଡା ୭୨ ପ୍ରତିଶତ ଅଭିବୃଦ୍ଧି ହାରରେ ୯୨୦ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରିଛି ଯାହା ପୂର୍ବ ବର୍ଷ ଏହି ସମୟରେ ୫୩୫ କୋଟି ଟଙ୍କା ରହିଥିଲା । ଆର୍ଥିକ ବର୍ଷ ୨୦୨୩ର ଦ୍ୱିତୀୟ ତ୍ରୈୟମାସରେ ବ୍ୟାଙ୍କର ନେଟ୍‌ ସୁଧ ଆୟ ଶତକଡା ୨୮.୮୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ୨,୪୩୨ କୋଟି ଟଙ୍କାରେ ପହଞ୍ଚିଛି ଯାହା ପୂର୍ବ ବର୍ଷ ଏହି ସମୟରେ ୧,୮୮୭ କୋଟି ଟଙ୍କା ଥିଲା । ବ୍ୟାଙ୍କର ନେଟ୍‌ ଇଣ୍ଟରେଷ୍ଟ ମାର୍ଜିନ୍‌ (ଏନ୍‌ଆଇଏମ୍‌) ଶତକଡା ୩.୫୫ ପ୍ରତିଶତରୁ ଶତକଡା ୩.୮୯ ପ୍ରତିଶତକୁ ବୃଦ୍ଧି ପାଇଛି । ବ୍ୟାଙ୍କର ନେଟ୍‌ ଏନ୍‌ପିଏ କିମ୍ବା ଅନାଦେୟ ଋଣ ଶତକଡା ୦.୨୩ ପ୍ରତିଶତକୁ ହ୍ରାସ ପାଇଛି ଯାହା ପୂର୍ବ ବର୍ଷ ଏହି ସମୟରେ ଶତକଡା ୦.୬୮ ପ୍ରତିଶତ ରହିଥିଲା । ବ୍ୟାଙ୍କର ପ୍ରୋଭିଜନ୍‌ କଭରେଜ ଅନୁପାତ ଶତକଡା ୯୮.୪୦ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ସେପ୍ଟେମ୍ବର ୨୦୨୨ ରେ ଶତକଡା ୯୬.୦୬ ପ୍ରତିଶତ ରହିଥିଲା ।

ଅନାଦେୟ ଋଣର ବ୍ୟବସ୍ଥା ଦ୍ୱିତୀୟ ତ୍ରୈୟମାସରେ ୫୩୨ କୋଟି ଟଙ୍କାରୁ ୫୯୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ଶତକଡା ୨୩.୫୫ ପ୍ରତିଶତ ବୃଦ୍ଧି ପାଇ ୧,୮୩,୧୨୨ କୋଟି ଟଙ୍କାରେ ପହଞ୍ଚିଛି । କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ଏସ୍‌. ରାଜୀବ କହିଛନ୍ତି ଯେ, ବ୍ୟାଙ୍କର ଅଗ୍ରୀମରେ ଶତକଡା ୨୩ ପ୍ରତିଶତ ବୃଦ୍ଧି ରହିବା ବେଳେ ଜମା କ୍ଷେତ୍ରରେ ଶତକଡା ୧୫-୧୬ ପ୍ରତିଶତ ବୃଦ୍ଧି ସହିତ ଆର୍ଥିକ ବର୍ଷ ୨୦୨୪ରେ ନେଟ୍‌ ଇଣ୍ଟରେଷ୍ଟ ମାର୍ଜିନ୍‌ (ଏନ୍‌ଆଇଏମ୍‌) ଶତକଡା ୩.୫୦ ପ୍ରତିଶତ ରହିବ ବୋଲି ସେ ଆଶା କରିଛନ୍ତି । ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାର ଶତକଡା ୧୭.୬୧ ପ୍ରତିଶତକୁ ବୃଦ୍ଧି ସହିତ ଇକ୍ୟୁଟି ଟାୟାର-୧ ଅନୁପାତ ଶତକଡା ୧୨.୨୮ ପ୍ରତିଶତ ରହିଛି । ଉଭୟ ଜମା ଓ ଲେଣ୍ଡିଂ କ୍ଷେତ୍ରରେ ପରବର୍ତ୍ତୀ ୨ ତ୍ରୈୟମାସିକ ମଧ୍ୟରେ କୈାଣସି ପରିବର୍ତ୍ତନ ହେବ ନାହିଁ ବୋଲି ଶ୍ରୀ ରାଜୀବ ଆଶା କରିଛନ୍ତି ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories