www.samajalive.in
Friday, December 12, 2025
27.1 C
Bhubaneswar

ଅତାବିରା ବ୍ଲକସ୍ତରୀୟ ସୁରଭି ଓ ଓଡ଼ିଶା ମିଲେଟ୍ ମିଶନ କାର୍ଯ୍ୟକ୍ରମ

ରେଙ୍ଗାଲିକ୍ୟାମ୍ପ: ଗୋଷ୍ଠୀ କାର୍ଯ୍ୟାଳୟ ଅତାବିରା ଆନୁକୁଲ୍ୟରେ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ କାଦୋବାହାଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସହ ଶୈକ୍ଷିକ ବିଷୟ ଓ ମିଲେଟ୍ସ ଉପରେ ବିଭିନ୍ନ ପ୍ରତିଯୋଗିତା ବର୍ଗ ଅନୁସାରେ ଅନୁଷ୍ଠିତ ହୋଇଥିଲା।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ସମ୍ମାନୀତ ଅତିଥି ରୂପେ ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବନମାଳୀ ବରିହା, ବ୍ଲକ ଉପାଧ୍ୟକ୍ଷ ଅନନ୍ତ ମେହେର ଯୋଗଦାନ କରିଥିଲେ। ଏହି ଅବସରରେ ଲସ୍ତଲା ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ କ୍ରିଷ୍ଣା ସାହୁ ଯାହାର ବିଜ୍ଞାନ ପ୍ରକଳ୍ପ ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଜାପାନ ଯିବାକୁ ମନୋନୀତ ହୋଇଅଛି। ତାଙ୍କର ସହାୟକ ବିଜ୍ଞାନ ଶିକ୍ଷକ ବୈଲୋଚନ ସାହୁଙ୍କୁ ମଧ୍ୟ ବିଧାୟିକା ପୁରସ୍କାର ପ୍ରଦାନ କରିଥିଲେ। ଟାମ୍ପର ସରା ଉଚ୍ଚ ବିଦ୍ୟାଳୟର ବାଜା ଦଳକୁ ମଧ୍ୟ ପ୍ରମାଣ ପତ୍ର ଓ ଉପଢୌକନ ଦେଇ ପ୍ରଶଂସିତ କରିଥିଲେ। ପ୍ରତିଯୋଗିତାରେ ମନୀଷା ରାଣୀ ଭୁଏ, ଅନନ୍ୟା ଛୁରିଆ, ସୋମ୍ୟାଜିତ୍ ସାହୁ, ଶ୍ରୁତି ମହାପାତ୍ର, ସୌରଭ ସେଠ୍, କିର୍ତିନାଥ ପାତ୍ର, ମିଳନ କହରା, ନୂତନ ସେଠ୍, ଇପସା ରାଣୀ କ୍ଷେତି, ତିଳୋତ୍ତମା ସାହୁ, ସ୍ଵାତୀ ପ୍ରଧାନ, ଦିବାକର କୁମ୍ଭାର, ଉର୍ମି ପ୍ରଧାନ, ଡେଜି ସରାଫ, ସୁମନ୍ତ ନାଗ, ରତନ ମେହେର, କାନ୍ସିରାମ୍ ଛତ୍ରିଆ, ଅଞ୍ଜଳି ତାଣ୍ଡି, କୁସୁମ ଭୁଏ, ସୃଷ୍ଟି ସାହୁ, ସିମ୍ରନ ସାହୁ, ପୁନମ ପ୍ରଧାନ, ହେମନ୍ତ ମେହେର, ଗୁଞ୍ଜନ ପ୍ରଧାନ, ପ୍ରାଚୀ ମହାପାତ୍ର, ଦୀପକ ମହାପାତ୍ର ଓ ରଶ୍ମିକାନ୍ତ ମହାପାତ୍ର ଆଦି ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories