www.samajalive.in
Sunday, December 14, 2025
26.1 C
Bhubaneswar

ସଡକ ଦୁର୍ଘଟଣାରେ ୩ ଗୁରୁତର

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ନିକଟ ମଧୁବନ ଛକ ଠାରେ ରବିବାର ସଂନ୍ଧ୍ୟା ୭ଟା ସମୟରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁଇଜଣ ଯୁବକ ଓ ଜଣେ ଯୁବତୀ ଏକ ବାଇକ୍‍ ଯୋଗେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କୌଣସି କାରଣରୁ ରାସ୍ତା କଡରେ କାର୍ଯ୍ୟ କରୁଥିବା ଏକ ମାଟିଖୋଳା ହିଟାଚି ମେସିନ୍‍ର ବକେଟ୍‍ରେ ଖୁବ୍‍ ଜୋର୍‍ରେ ବାଇକ୍‍ଟି ପିଟି ହୋଇଯାଇଥିଲା। ଫଳରେ ବାଇକ୍‍ରେ ଥିବା ୩ଜଣ ଯାକ ଗୁରୁତର ଭାବେ ଆହତ ହୋଇଥିଲେ।

ଖବର ପାଇ ହାଇୱେ ପେଟ୍ରୋଲିଂ ପୁଲିସ ଟିମ୍‍ର ଏସ୍‍ଆଇ ରାମକୃଷ୍ଣ କର ଓ ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଓ ଯୁବତୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ଗାଡିକୁ ପୁଲିସ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories