www.samajalive.in
Sunday, December 14, 2025
26.1 C
Bhubaneswar

ସାଇବର ସଚେତନତା ପାଇଁ ଫୁଟବଲ୍ ମ୍ୟାଚ, ଷ୍ଟୋଟ୍ସ ହଷ୍ଟେଲ୍ ବିଜୟୀ

ଫୁଲବାଣୀ:ରାଜ୍ୟରେ ସାଇବର ଅପରାଧ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଗତ ୨ ତାରିଖରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସଚେତନତା ଅଭିଯାନ ଜାରୀ ରହିଛି। ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରଥ ଜିଲ୍ଲା ପରିକ୍ରମା କରିବା ସହ ସଭା ସମିତି, କ୍ବିଜ, ଜନସମ୍ପର୍କ, ମାରାଥନ, ସାଇକେଲ ରାଲି ଭଳି କାର୍ୟ୍ୟକ୍ରମ ମାନ ଆୟୋଜିତ ହେଉଛି। ଏ ଉପଲକ୍ଷେ ଆଜି ଫୁଲବାଣୀ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ସ୍ଥାନୀୟ କରୋନେସନ୍ ପଡ଼ିଆ କନ୍ଧମାଳ ପୁଲିସ୍ ଓ ଷ୍ଟୋଟସ୍ ହଷ୍ଟେଲ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଷ୍ପୋଟ୍ସ ହଷ୍ଟେଲର ଖେଳାଳି ମାନେ ୧-୦ ଗୋଲରେ ବିଜୟ ଲାଭ କରିଥିଲେ। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲଳିତ କୁମାର ପଟ୍ଟନାୟକ, ଏସଡପିଓ ସୁପ୍ରସନ୍ନ ମଲିକ, ଆର ଆଇ ବୀରସିଂ ଶବର,ସାଇବର ଥାନା ଅଧିକାରୀ ତରୁଣ ତପନ ବେହେରା, ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ, ଗୃହରକ୍ଷୀ ଆର୍.ଆଇ ବାଲୁଙ୍କେଶ୍ୱର କଛପ, ଜିଲା କ୍ରୀଡ଼ା ଅଧିକାରୀ ସମୀର ନାୟକ, ଡ଼ିଏସପି ଏଚ୍.କେ.ନାୟକ ଓ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ସାମିଲ୍ ହୋଇ ଉଭୟ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

- Advertisement -

ସେଭଳି ଶ୍ରେଷ୍ଠ ଗୋଲକିପର ଭାବେ ପ୍ରକାଶ କହଁର, ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିଶ୍ୱନାଥ ମୁର୍ମୁ ଏବଂ ଶ୍ରେଷ୍ଠ ଖେଳାଳି ଭାବେ ମନୋଜ ଖାଦିଆ ପ୍ରମୁଖଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି ପରିଚାଳନା କରିଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories