www.samajalive.in
Sunday, December 14, 2025
26.1 C
Bhubaneswar

ଦିଲ୍ଲୀରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୧ ସୂଚନା

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି।। ଦିଲ୍ଲୀ, ଗାଜିଆବାଦ ଓ ନୋଏଡ଼ାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୧ ସୂଚନା ମିଳିଛି।
ଆଜି ଭୟଙ୍କର ଭୂମିକମ୍ପରେ ଦେଶର ରାଜଧାନୀ ଦିଲ୍ଲୀ ଥରିଲା। ଆଜି ମଧ୍ୟାହ୍ନରେ ଦିଲ୍ଲୀ ଏନ୍‌ସିଆର୍‌ରେ ପୁଣି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ରେକର୍ଡ କରାଯାଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଥିବା ଜଣାପଡ଼ିଛି।
ଦିଲ୍ଲୀ, ଗୁରୁଗ୍ରାମ, ନଏଡା ସମେତ ଅନେକ ଅଞ୍ଚଳରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସୂଚନା ମୁତାବକ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଫରିଦାବାଦଠାରୁ ୯ କିଲୋମିଟର ଦୂରରେ ଥିବା ଜଣାପଡିଛି। ଭୂକମ୍ପ ହେବା ପରେ ଲୋକେ ଘରୁ ବାହାରି ଆସିଥିଲେ। ଘରଗୁଡ଼ିକ ଥରିଲା ଭଳି ଲାଗିଥିଲା। ଏହାପରେ ଦିଲ୍ଲୀବାସୀ ଟେଲିଭିଜନ ଓ ସୋସିଆଲ ମିଡ଼ିଆରୁ ଦିଲ୍ଲୀରେ ଭୂକମ୍ପ ହୋଇଥିବା ଜଣାପଡ଼ିଥିଲା। ପୁଣି ଥରେ ହୁଏତ ଭୂକମ୍ପ ଝଟକା ଆସିପାରେ ବୋଲି ଦିଲ୍ଲୀବାସୀ ଆତଙ୍କିତ ହୋଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଦିଲ୍ଲୀରେ ଗତ ୬ ମାସ ମଧ୍ୟରେ ଦିଲ୍ଲୀରେ ୬ଥ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀ ଏକ ଭୂମିକମ୍ପ ଅନୁଭୂତ ଅଞ୍ଚଳ ହୋଇଥିବାବେଳେ ରିକ୍ଟର ସ୍କେଲର ତୀବ୍ରତା ୬ରୁ ଅଧିକ ରହିଲେ କ୍ଷୟକ୍ଷତି ପରିମାଣ ବଢ଼ିବାର ସମ୍ଭାବନା ରହିଛି।ତେବେ ସତର୍କତାର ସହ ରହିବାକୁ ହେବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories